ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ମିଳିଳା ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ‘ବିଜେପି’ ନେତା ରାଜିନ୍ଦର୍‌ଙ୍କ ଶବ

ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ମିଳିଳା ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ‘ବିଜେପି’ ନେତା ରାଜିନ୍ଦର୍‌ଙ୍କ ଶବ

Image Courtesy of India Today

ରାଜନନ୍ଦଗାଓଁ: ରାଜନନ୍ଦଗାଓଁ ଜିଲ୍ଲାସ୍ଥିତ ବାସଭବନରେ ରବିବାର ସନ୍ଧ୍ୟାରେ ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ‘ବିଜେପି’ର ବରିଷ୍ଠ ନେତା ରାଜିନ୍ଦର୍‌ ପାଲ୍‌ ସିଂହ ଭାଟିଆଙ୍କ ଶବ ଗୋଟାଏ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ପୁଲିସ ଟିମ୍‌, ରାଜିନ୍ଦର୍‌ଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଛି।

ଛୁରିୟାନା ସହରରେ ଥିବା ୭୨ ବର୍ଷିୟ ରାଜିନ୍ଦର୍‌ ପାଲ୍ ସିଂହ ଭାଟିଆଙ୍କ ଘରୁ ‘ସ୍ୟୁଇସାଇଡ୍‌ ନୋଟ୍‌’ ମିଳିଛି କି, ନାହିଁ ପୁଲିସ ଏପର୍ଯ୍ୟନ୍ତ ସୁନିଶ୍ଚିତ କରିନାହିଁ।

ତାଙ୍କ ମୃତ୍ୟୁର ଉଦ୍ଦେଶ୍ୟ ସମ୍ବନ୍ଧରେ ଏଯାବତ୍‌ ନିର୍ଦ୍ଦିଷ୍ଟ କିଛି କାରଣ ଜଣାପଡ଼ି ନ ଥିଲେ ମଧ୍ୟ ‘ବିଜେପି’ ନେତାମାନେ କୁହାକୁହି ହେଉଛନ୍ତି ଯେ, ଚଳିତ ବର୍ଷ ମାର୍ଚ ମାସରେ କୋଭିଡ୍‌-୧୯ ପଜିଟିଭ୍‌ ହେବା ପରଠାରୁ ଖୁଜ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ହୋଇଥିବା ରାଜିନ୍ଦର୍‌ଙ୍କ ସ୍ବାସ୍ଥ୍ୟ ଭଲ ରହୁ ନ ଥିଲା।

publive-image

ଛତିଶଗଡ଼ର ପ୍ରଥମ ‘ବିଜେପି’ ସରକାରଙ୍କ ନେତୃତ୍ବ ନେଇଥିବା ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତ୍ରିମଣ୍ଡଳରେ ରାଜିନ୍ଦର୍‌ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଥିଲେ। ତାଙ୍କୁ ଦଳର ଜଣେ ଉତ୍ତୁଙ୍ଗ ନେତା ବୋଲି କୁହାଯାଉଥିଲା।

୨୦୧୩ରେ ବିଧାନସଭା ଟିକେଟ୍‌ ନ ମିଳିବାରୁ ସେ ‘ବିଜେପି’ ବିରୋଧରେ ବିଦ୍ରୋହ କରିଥିଲେ। କିନ୍ତୁ, ଉକ୍ତ ନିର୍ବାଚନରେ ଜଣେ ସ୍ବାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରି ସ‌େ ଖୁଜ୍ଜି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। କିନ୍ତୁ, ପରେ ସେ ପୁନର୍ବାର ‘ବିଜେପି’ରେ ଯୋଗ ଦେଇଥିଲେ ବୋଲି ଦଳୀୟ ନେତୃବୃନ୍ଦ କହୁଛନ୍ତି।

ଅଳ୍ପ କିଛି ବର୍ଷ ତଳେ ତାଙ୍କର ପତ୍ନୀ ବିୟୋଗ ଘଟିଥିଲା। ତାଙ୍କର ଏକମାତ୍ର ପୁତ୍ର ଜଗଜିତ୍‌ ସିଂହ ଭାଟିଆ ରାୟପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାର ମ୍ୟାନେଜ୍‌ମେଣ୍ଟ୍‌ରେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe