ଛତିଶଗଡ଼ରେ ଏନ୍‌କାଉଣ୍ଟର୍: ଜଣେ ମହିଳା ନକ୍ସଲ୍‌ ନିହତ, ଦୁଇ ପୁଲିସ ଆହତ

Advertisment
୫ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ

Image Source: The Indian Express

ରାୟପୁର: ବୁଧବାର ସକାଳେ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ଜଣେ ମହିଳା ନକ୍ସଲଙ୍କର ମୃତ୍ୟୁ ହେବା ସହ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ସକାଳ ପ୍ରାୟ ୮ଟା ବେଳେ ଛୋଟେଡୋଙ୍ଗର ଥାନା ଅନ୍ତର୍ଗତ ଏକ ଅରଣ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ବୋଲି ନାରାୟଣପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ମୋହିତ ଗର୍ଗ କହିଛନ୍ତି। ସେ ଅଞ୍ଚଳରେ ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ ଏବଂ ଛତିଶଗଡ଼ ଆର୍ମଡ୍‌ ଫୋର୍ସର ମିଳିତ ଦଳ କର୍ଡନ୍ ଅଭିଯାନ ଚଳାଉଥିବା ବେଳେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

publive-image Image Source: Hindustan Times

କାଡ଼େମେଟା ପୁଲିସ କ୍ୟାମ୍ପ୍‌ ନିକଟରେ ଥିବା ଗୋଟାଏ ମୁଣ୍ଡିଆ ପାଖ ବଣକୁ ପାଟ୍ରୋଲିଙ୍ଗ୍ ପାର୍ଟି କର୍ଡନ୍‌ କରୁଥିବା ବେଳେ ନକ୍ସଲ୍‌ମାନେ ଅତର୍କିତ ଆଇଇଡି ବିସ୍ଫୋରଣ କରି ନିରାପତ୍ତା କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଏହି ଗୁଳିକାଣ୍ଡରେ ‘ଡିଆର୍‌ଜି’ର ଜଣେ ଓ ‘ସିଏଏଫ୍‌’ର ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି।

ଗୁଳିଗୋଳା ଫୁଟିବା ବନ୍ଦ ହେବା ପରେ ଘଟଣାସ୍ଥଳରୁ ଜଣେ ମହିଳା ନକ୍ସଲ୍‌ଙ୍କ ଶବ ଓ ଦୁଇଟି ରାଇଫଲ୍ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଅଞ୍ଚ‌ରେ ତଲାସ ଅଭିଯାନ ଚାଲିଥିବା କଥା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe