ଛାୱଲା ମାମଲା: ୩ ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ମୁକ୍ତି ପାଇଁ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରିବେ ଦିଲ୍ଲୀ ସରକାର

Advertisment
ଛାୱଲା ମାମଲା: ୩ ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ମୁକ୍ତି ପାଇଁ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରିବେ ଦିଲ୍ଲୀ ସରକାର

Image Courtesy of News18

ନୂଆଦିଲ୍ଲୀ: ୨୦୧୨ ଛାୱଲା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିବା ପାଇଁ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟ ବିରୋଧରେ ଦାଏର ହେବାକୁ ଥିବା ‘ରିଭ୍ୟୁ ପିଟିସନ୍‌’କୁ ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍‌ସେନା ଅନୁମୋଦନ କରିଛନ୍ତି।

ଏହି ମାମଲାରେ ସୁପ୍ରିମ୍‌ କ‌ୋର୍ଟରେ ସରକାରଙ୍କ ପ୍ରତିନିଧ୍ବ କରିବା ଲାଗି ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା ଓ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଐଶ୍ବର୍ଯ୍ୟା ଭାଟିଙ୍କ ନିଯୁକ୍ତିକୁ ମଧ୍ୟ ଉପରାଜ୍ୟପାଳ ସାକ୍‌ସେନା ମଞ୍ଜୁର କରିଛନ୍ତି।

ଉକ୍ତ ୩ ବ୍ୟକ୍ତିଙ୍କ ବିରୋଧରେ ୨୦୧୨ ଫେବ୍ରୁଆରିରେ ଜଣେ ୧୯ ବର୍ଷୀୟ ତରୁଣୀଙ୍କୁ ଅପହରଣ କରି ତାଙ୍କ ସହିତ ଗଣଦୁଷ୍କର୍ମ କରିବା ସହିତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

publive-image Image Courtesy of The New Indian Express

ସ୍ପଷ୍ଟ ପ୍ରମାଣ ଅଭାବରୁ ଛାୱଲା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଉକ୍ତ ୩ ଅଭିଯୁକ୍ତଙ୍କୁ ସୁପ୍ରିମ୍‌ କୋର୍ଟ ସପ୍ତାହେ ତଳେ ଦୋଷମୁକ୍ତ କରିଥିଲେ।

ସୂଚନାଯୋଗ୍ୟ, ୨୦୧୪ରେ ଟ୍ରାଏଲ୍‌ କୋର୍ଟ ଏହି ମାମଲାକୁ ଅତ୍ୟନ୍ତ ବିରଳ ମାମଲା ଦର୍ଶାଇ ତିନି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଉକ୍ତ ରାୟକୁ କାଏମ ରଖିଥିଲେ।

କିନ୍ତୁ, ସୁପ୍ରିମ୍‌ କ‌ୋର୍ଟ ଦୋଷ ମୁକ୍ତ କରିବା ପରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ନିକଟ ଅତୀତରେ ରୋହିଣୀ ଜେଲ୍‌ରୁ ୨ଜଣ ଅଭିଯୁକ୍ତ ବାହାରିବା ପରେ ନିହତ ଯୁବତୀଙ୍କ ପିତାମାତା ଭୟରେ ପୁଲିସ ସହାୟତା ଲୋଡ଼ିଥିଲେ।

ଦିଲ୍ଲୀ ପୁଲିସକୁ ଜାରି କରିଥିବା ନୋଟିସ୍‌ରେ ଦିଲ୍ଲୀ ମହିଳା କମିସନ୍ କହିଛି ଯେ, ଏହି ମାମଲା ଅତ୍ୟନ୍ତ ସ୍ପର୍ଶକାତର ଅଭିଯୁକ୍ତମାନଙ୍କୁ ମୁକ୍ତ କରାଯିବାରୁ ନିହତ ଯୁବତୀଙ୍କ ପରିବାରର ସଦସ୍ୟମାନଙ୍କୁ ତୁରନ୍ତ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe