ମୁଖ୍ୟମନ୍ତ୍ରୀ କମଲନାଥଙ୍କପାଇଁ ଛିନ୍ଦଓ୍ଵାଡାର କଂଗ୍ରେସ ବିଧାୟକ ଦୀପକ ସକସେନା ଇସ୍ତଫା ଦେଲେ

Advertisment
ମୁଖ୍ୟମନ୍ତ୍ରୀ କମଲନାଥଙ୍କପାଇଁ ଛିନ୍ଦଓ୍ଵାଡାର କଂଗ୍ରେସ ବିଧାୟକ ଦୀପକ ସକସେନା ଇସ୍ତଫା ଦେଲେ

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କପାଇଁ ଛିନ୍ଦଓ୍ଵାଡାର କଂଗ୍ରେସ ବିଧାନସଭା ସଦସ୍ୟ ଦୀପକ ସକସେନା ଇସ୍ତଫା ଦେଇଛନ୍ତି। ଦୀପକ ସକସେନା ଗତକାଲି ନିଜର ଇସ୍ତଫା ପତ୍ର ବିଧାନସଭାର ବାଚସ୍ପତି ଙ୍କୁ ପ୍ରଦାନ କରିଛନ୍ତି। ଦୀପକ ସକସେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କମଲ ନାଥ ଛିନ୍ଦଓ୍ଵାଡାରୁ ଉପନିର୍ବାଚନ ଲଢିବାକୁ ଚାହୁଁଥିବାରୁ ସେ ଇସ୍ତଫା ଦେଇଛନ୍ତି। କମଲନାଥ ବିଧାୟକ ନାହାଁନ୍ତି। ଏଣୁ ତାଙ୍କୁ ନିର୍ବାଚିତ ହେବାକୁ ପଡିବ। ଏହି କାରଣରୁ ତାଙ୍କୁ ଏକ ସିଟ୍‌ ଦରକାର।

publive-image
କମଲନାଥ ୨୦୧୪ରେ ଛିନ୍ଦଓ୍ଵାଡା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କମଲନାଥ ୨୦୧୮ ଡିସେମ୍ବର ୧୭ ତାରିଖରେ ଶପଥ ଗ୍ରହଣ କରିଥିଲେ। ନିୟମ ଅନୁଯାୟୀ ତାଙ୍କୁ ଛଅ ମାସ ଭିତରେ ବିଧାନସଭାକୁ ନିର୍ବାଚିତହେବା ଦରକାର। ୧୯୮୦ ପରଠାରୁ ଛିନ୍ଦଓ୍ଵାଡାରୁ କମଲନାଥ ନଅ ଥର ସାଂସଦଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। । କମଲନାଥଙ୍କ ବିପକ୍ଷରେ କିଏ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe