Image Courtesy of The Indian Express
ମୁମ୍ବାଇ: ନେଟ୍ଫ୍ଲିକ୍ସ୍’ରେ ପ୍ରସାରିତ ହେବାକୁ ଥିବା ୱେବ୍ ସିରିଜ୍ ‘ସ୍କୁପ୍’ର ରିଲିଜ୍ ବନ୍ଦ କରାଇବା ଲାଗି ଗୁରୁବାର ଦିନ ଗ୍ୟାଙ୍ଗ୍ଷ୍ଟର୍ ରାଜେନ୍ଦ୍ର ସଦାଶିବ ନିକଲ୍ଜେ ଓରଫ ଛୋଟା ରାଜନ୍ ଗୁରୁବାର ଦିନ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି।
ସୂଚନାଯୋଗ୍ୟ, ‘ଓଟିଟି’ ପ୍ଲାଟ୍ଫର୍ମ ‘ନେଟ୍ଫ୍ଲିକ୍ସ୍’ରେ ଆଜି ୱେବ୍ ସିରିଜ୍ ‘ସ୍କୁପ୍’ ରିଲିଜ୍ କରାଯିବା ପାଇଁ ଦିନ ନିର୍ଦ୍ଧାରଣ କରାଯାଇଥିଲା। ରାଜନ୍ ଏହି ସିରିଜ୍ର ପ୍ରଜଯୋକ ହଂସଲ୍ ମେହେଟ୍ଟାଙ୍କ ନାଁରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ରାଜନ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତା ହଂସଲ୍ ମେହେଟ୍ଟା ଏଥିରେ ତାଙ୍କ ଫଟୋ ଓ କଣ୍ଠସ୍ବର ବ୍ୟବହାର କରିଛନ୍ତି। ଏହି ‘ସିରିଜ୍’ର ଟ୍ରେଲର୍ ଦେଖିଥିବା ତାଙ୍କ ସ୍ତ୍ରୀଙ୍କଠାରୁ ଏ ସମ୍ପର୍କରେ ଅବଗତ ହୋଇଥିବା କଥା ମଧ୍ୟ ରାଜନ୍ କହିଛନ୍ତି।
/sambad/media/post_attachments/wp-content/uploads/2023/06/scoop-1024x576.jpg) Image Courtesy of Bar and Bench
 Image Courtesy of Bar and Benchରାଜନ୍ କହିଛନ୍ତି, ହଂସଲ୍ ମେହେଟ୍ଟା ବିନା ଅନୁମତିରେ ଏଭଳି କରିଥିବାରୁ ମୋର ସତ୍ବ ବା ‘ରାଇଟ୍ସ୍’ ଚୋରାଇ ନିଆଯାଇଛି। ତେଣୁ, ଉକ୍ତ ସରିଜ୍କୁ କେବେ ହେଲେ ‘ନେଟ୍ଫ୍ଲିକ୍ସ୍’ରେ ରିଲିଜ୍ କରିବାକୁ ଅନୁମତି ନ ମିଳୁ। ସେହିପରି, ଏହାର ‘ଟ୍ରେଲର୍’କୁ ମଧ୍ୟ ହଟାଇ ଦିଆଯାଉ।
ଗୁରୁବାର ଦିନ ଆଡ୍ଭୋକେଟ୍ ଆକାଶ ପାଣ୍ଡେଙ୍କ ମାଧ୍ୟମରେ ରାଜନ୍ ଦାଏର କରିଥିବା ଏହି ମାମଲାର ଶୁଣାଣି ଆଜି ଅବକାଶକାଳୀନ ଖଣ୍ଡପୀଠରେ କରାଯିବାର ସମ୍ଭାବନା ରହିଛି।
‘ନେଟ୍ଫ୍ଲିକ୍ସ୍’ରେ ରିଲିଜ୍ ହେବାକୁ ଥିବା ‘ସ୍କୁପ୍’ ସାମ୍ବାଦିକ ଜିଗ୍ନା ଭୋରାଙ୍କ ଉପରେ ଆଧାରିତ। ଜ୍ୟୋତିମୟ ଦେ’ ନାମରେ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଥିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୧, ଜୁଲାଇ ୧୧ ତାରିଖ ଦିନ ପୋୱାଇସ୍ଥିତ ବାସଭବନ ସମ୍ମୁଖରେ ଦେ’ଙ୍କୁ ହତ୍ୟା କରାଯାଇଥିଲା। ଭୋରାଙ୍କର ଆତ୍ମଜୀବନୀମୂଳକ ପୁସ୍ତକ ‘ବିହାଇଣ୍ଡ୍ ଦି ବାର୍ସ୍ ଇନ୍ ବାଇକୁଲା: ମାଇଁ ଡେ’ଜ୍ ଇନ୍ ପ୍ରିଜନ୍’ଦ୍ବାରା ଏହି ସିରିଜ୍ ଅନୁପ୍ରେରିତ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2023/06/cr.jpg)