ଚିଦମ୍ବରମଙ୍କ ସ୍ବାସ୍ଥ୍ୟ ଠିକ୍‌ ଅଛି, ଜାମିନ ଖାରଜ

Advertisment
ଚିଦମ୍ବରମଙ୍କ ସ୍ବାସ୍ଥ୍ୟ ଠିକ୍‌ ଅଛି, ଜାମିନ ଖାରଜ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି। ସେ ହସ୍ପିଟାଲ୍‌‌ରେ ଚିକିତ୍ସାଧୀନ ରହିବା ଆବଶ୍ୟକ ନାହିଁ ବୋଲି ଏମ୍ସ ମେଡିକାଲ ବୋର୍ଡ ରିପୋର୍ଟ ଦେଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହଟା ଏମ୍ସ ମେଡିକାଲ ବୋର୍ଡ ରିପୋର୍ଟ ସଂକ୍ରାନ୍ତରେ ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇବ‌ା ପରେ କୋର୍ଟ ଚିଦମ୍ବରମଙ୍କ ଜାମିନ ଆବେଦନକୁ ପୁଣି ଖାରଜ କରିଦେଇଛନ୍ତି। ‌୭ ଜଣିଆ ସଦସ୍ୟ ବିଶିଷ୍ଟ ଏମ୍ସ ମେଡିକାଲ ବୋର୍ଡ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ତେବେ ଚିଦମ୍ବରମଙ୍କୁ ସ୍ବଚ୍ଛ ପାନୀୟ ଜଳ ଏବଂ ଘର ଖାଦ୍ୟ ଦେବାପାଇଁ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଚିଦମ୍ବରମଙ୍କ ସ୍ବା‌ସ୍ଥ୍ୟ ସମ୍ପର୍କରେ ଅବଗତ ହେବାପାଇଁ ଦିଲ୍ଲୀ ହାଇକୋର୍ଟ ଗତକାଲି ଏମ୍ସ ଡାଇରେକ୍ଟରଙ୍କୁ ଏକ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe