ଉତ୍ତରାଖଣ୍ଡରେ ସୁଦୂର ଭୋଟ୍‌ ଗ୍ରହଣ କେନ୍ଦ୍ରରେ ପହଞ୍ଚିବା ପାଇଁ ୧୮ କିଲୋମିଟର ପାହାଡ଼ୀ ରାସ୍ତା ଚାଲି ଚାଲି ଗଲେ ମୁଖ୍ୟ ନିର୍ବାଚନ କମିସନର୍‌

Advertisment
ଉତ୍ତରାଖଣ୍ଡରେ ସୁଦୂର ଭୋଟ୍‌ ଗ୍ରହଣ କେନ୍ଦ୍ରରେ ପହଞ୍ଚିବା ପାଇଁ ୧୮ କିଲୋମିଟର ପାହାଡ଼ୀ ରାସ୍ତା ଚାଲି ଚାଲି ଗଲେ ମୁଖ୍ୟ ନିର୍ବାଚନ କମିସନର୍‌

Image Courtesy of India Today

ଚାମୋଲି: ପାହାଡ଼ିଆ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରଗୁଡ଼ିକରେ ‘ପୋଲିଙ୍ଗ୍‌ ପାର୍ଟି’ମାନେ ସମ୍ମୁଖୀନ ହେଉଥିବା ଚାଲେଞ୍ଚ୍‌ଗୁଡ଼ିକ ହୃଦୟଙ୍ଗମ କରିବା ଲାଗି ଶୁକ୍ରବାର ଦିନ ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର ୧୮ କିଲୋମିଟର୍‌ ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ସୁଦୂର ଡୁମକ୍‌ ଏବଂ କାଲଗୋଠ ଗ୍ରାମରେ ପହଞ୍ଚିଥିଲେ।

ଡୁମକ୍‌ ଏବଂ କାଲଗୋଠ ବଦ୍ରିନାଥ ନିର୍ବାଚନ ମଣ୍ଡଳୀର ଅଂଶବିଶେଷ।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସହିତ ଆଳାପ କରିବା ବେଳେ ମୁଖ୍ୟ ନିର୍ବାଚନ କମିସନର୍‌ କହିଲେ ଯେ, ଦୂରାନ୍ତର ଅଞ୍ଚଳରେ ପହଞ୍ଚିବା ଲାଗି ‘ପୋଲିଙ୍ଗ୍‌ ପାର୍ଟି’ମାନଙ୍କୁ ଦିନି ଦିନ ଧରି ଚାଲିବାକୁ ପଡୁଛି।

publive-image Image Courtesy of India Today

ସେ କହିଛନ୍ତି, ଏଠାରେ ପହଞ୍ଚିବା ଲାଗି ‘ପୋଲିଙ୍ଗ୍‌ ପାର୍ଟି’ମାନଙ୍କୁ ୩ ଦିନ ଚାଲିବାକୁ ପଡୁଛି। ନିର୍ବାଚନ ସମୟରେ ‘ପୋଲିଙ୍ଗ୍‌’ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ହୃଦୟଙ୍ଗମ କରିବା ଲାଗି ମୁଁ ଏଠାକୁ ଆସିବାକୁ ଚାହିଁଲି।

ଭୋଟର୍‌ମାନଙ୍କର ଆବଶ୍ୟକତା ଉପଲବ୍ଧି କରିବା ଲାଗି ସେ ଏହି ପ୍ରକାରର ଆହୁରି କେତେକ ସୁଦୂର ‘ପୋଲିଙ୍ଗ୍‌ ବୁଥ୍‌’ ପରିଦର୍ଶନରେ ଯିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଜମ୍ମୁ ଓ କଶ୍ମୀର, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ଉତ୍ତରାଖଣ୍ଡରେ ଥବା ବୁଥ୍‌ଗୁଡ଼ିକରେ ପହଞ୍ଚିବା କଷ୍ଟସାଧ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe