ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ରଂଜନ ଗୋଗଇ ଆଜି ଅବସର ଗ୍ରହଣ କରିଛନ୍ତି। ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଏସ୍ଏ ବୋବଡ଼େ ସୋମବାର ଶପଥ ଗ୍ରହଣ କରିବେ। ଶୁକ୍ରବାର ଦିନ ଜଷ୍ଟିସ୍ ଗୋଗଇଙ୍କର ଶେଷ କାର୍ଯ୍ୟଦିବସ ଥିଲା। ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଗୋଗଇ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି। ଆଜି ଅବସର ନେବା ପୂର୍ବରୁ ଜଷ୍ଟିସ୍ ଗୋଗଇ ଆନ୍ଧ୍ରପ୍ରଦେଶର ତିରୁମାଲା ଜିଲ୍ଲା ସ୍ଥିତ ପ୍ରଭୁ ବାଲାଜୀଙ୍କ ମନ୍ଦିରରେ ପୂଜା କରିଛନ୍ତି। ତାଙ୍କ ସାଥୀରେ ପତ୍ନୀ ରୂପାଞ୍ଜଳି ଗୋଗଇ ମଧ୍ୟ ଥିଲେ। ସପରିବାର ଗୋଗଇ ମନ୍ଦିରର ମୁଖ୍ୟ ଦ୍ୱାରରେ ପହଞ୍ଚିବା କ୍ଷଣି ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା। ବେଦଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ମନ୍ତ୍ରପାଠ କରାଯିବା ସହିତ ବାଦ୍ୟ ବଜାଇ ସ୍ବାଗତ କରାଯାଇଥିଲା। ପ୍ରତ୍ୟକ୍ଷ ଦିଅଁଙ୍କର ମହିମା ଏବଂ ପ୍ରଭୁ ଭେଙ୍କଟେଶ୍ୱର ପରିଧାନ କରିଥିବା ଗହଣାର ତାତ୍ପର୍ଯ୍ୟ ବିଷୟରେ ଗର୍ଭଗୃହ ମଧ୍ୟରେ ତାଙ୍କୁ ବୁଝାଇ ଦିଆଯାଇଥିଲା। ପରେ ବେଦଜ୍ଞ ପଣ୍ଡିତମାନେ ରଙ୍ଗନାୟକୁଲ ମଣ୍ଡପରେ ‘ବେଦ ଆଶୀର୍ବଚନ’ ଦେଇଥିଲେ। ଗତକାଲି ଓ ଆଜି ତିରୁଚନୁର ପଦ୍ମାବତୀ ମନ୍ଦିର, ତା’ପରେ ପ୍ରଭୁ ବରାହସ୍ୱାମୀ ଏବଂ ପରେ ପ୍ରଭୁ ଭେଙ୍କଟେଶ୍ୱରସ୍ୱାମୀଙ୍କୁ ଦର୍ଶନ କରିଥିଲେ ।
ଅବସର ନେଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ତିରୁମାଲାଙ୍କୁ କଲେ ଦର୍ଶନ
Advertisment
Follow Us