କମେଡିଆନ୍‌ରୁ ମୁଖ୍ୟମନ୍ତ୍ରୀ ମାନ୍‌

କମେଡିଆନ୍‌ରୁ ମୁଖ୍ୟମନ୍ତ୍ରୀ ମାନ୍‌

Deccan Herald

୨୦୨୨ ବିଧାନସଭା ନିର୍ବାଚନରେ ଆପ୍‌ ବିପୁଳ ବିଜୟ ହାସଲ କରିବା ପରେ ଭଗୱନ୍ତ ସିଂହ ମାନ୍‌ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସାଂସଦ ଥିବା ଭଗୱନ୍ତଙ୍କୁ ଦଳ ପକ୍ଷରୁ ଗତ ଜାନୁଆରିରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇ ଥିଲା। ମୋବାଇଲ ଭୋଟିଂ ମାଧ୍ୟମରେ ଦଳ ତାଙ୍କୁ ‌ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରିଥିଲା। ତାଙ୍କ ସପକ୍ଷରେ ୯୩ ପ୍ରତିଶତରୁ ଅଧିକ ଭୋଟ୍ ମିଳିଥିଲା। ୨୦୧୪ ମସିହାରୁ ସେ ଆପ୍‌ ପକ୍ଷରୁ ଲୋକସଭାର ସାଂସଦ ରହି ଆସିଛନ୍ତି। ୪୮ ବର୍ଷୀୟ ଭଗୱନ୍ତ ରାଜନୀତିରେ ପ୍ରବେଶ କରିବାର ମାତ୍ର ୧୧ ବର୍ଷ ମଧ୍ୟରେ ‌ମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ଚୌକିରେ ବସିବାର ସଫଳତା ହାସଲ କରିଛନ୍ତି। ଧୁରି ଆସନରୁ ସେ ବିଜୟୀ ହୋଇଛନ୍ତି।

ସୁନମ ସ୍ଥିତ ଶହୀଦ ଉଦ୍ଧମ ସିଂହ ସରକାରୀ କଲେଜରେ ବିକମ୍‌ ଦ୍ବିତୀୟ ବର୍ଷ ପାଠ ପଢ଼ିବା ବେଳୁ ସେ ହାସ୍ୟ ଅଭିନୟ କରି ଆସୁଛନ୍ତି। କଲେଜରେ ସେ ଅନେକ ହାସ୍ୟ ଅଭିନୟ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି। ସାମାଜିକ ଏବଂ ରାଜନୈତିକ ବ୍ୟଙ୍ଗରେ ସେ ବେଶ୍‌ ନିପୁଣ। ତାହାପରେ ସେ ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲରେ କମେଡି କରି ଲୋକପ୍ରିୟ ହୋଇଥିଲେ। ହାସ୍ୟ ଅଭିନୟ କ୍ୟାରିୟର ଶୀର୍ଷରେ ଥିବାବେଳେ ସେ ୨୦୧୧ ମସିହାରେ ପିପୁଲ୍ସ ପାର୍ଟି ଅଫ ପଞ୍ଜାବ ମାଧ୍ୟମରେ ରାଜନୀତିକୁ ପ୍ରବେଶ କରିଥିଲେ। କିନ୍ତୁ ନିର୍ବାଚନୀ ରାଜନୀତିରେ ବିଜୟ ସ୍ବାଦ ସେ ୨୦୧୪ରେ ଚାଖିଥିଲେ। ଧୁରି ନିର୍ବାଚନ ମଣ୍ଡଳୀଟି ତାଙ୍କ ଲୋକସଭା କ୍ଷେତ୍ର ସାଙ୍ଗରୁର ଅଧୀନରେ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe