ସମସ୍ତଙ୍କ ପାଇଁ ମାଗଣା ଟିକା ଘୋଷଣା କଲେ ତାମିଲନାଡ଼ୁ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

Advertisment
ସମସ୍ତଙ୍କ ପାଇଁ ମାଗଣା ଟିକା ଘୋଷଣା କଲେ ତାମିଲନାଡ଼ୁ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

Deccan Herald

ତ୍ରିଚି : ବିହାରରେ ବିଜେପି ପକ୍ଷରୁ ରାଜ୍ୟରେ ମାଗଣା ଟିକା ପ୍ରଦାନ ଘୋଷଣା କରାଯିବା ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ବାମୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଅନୁରୂପ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରତି ଲୋକଙ୍କୁ ମାଗଣାରେ ଟିକାକରଣ କରାଯିବ ବୋଲି ଉଭୟ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ବିହାରରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ଏହି ସମାନ ପ୍ରତିଶ୍ରୁତି ପାଇଁ ବିରୋଧୀ ଦଳମାନେ ବିଜେପିକୁ ଘେରିଥିବାବେଳେ ଏଭଳି ସ୍ଥିତିରେ ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବିବାଦ ବଢ଼ାଇବ ବୋଲି ଚର୍ଚ୍ଚାହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe