ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ନୂଆଦିଲ୍ଲୀ ଗସ୍ତ: ୩୦,୫୯୫ କୋଟିର ନିବେଶ ଆସିବ

Advertisment

ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ଓଡ଼ିଶାକୁ ୩୦,୫୯୫ କୋଟି ଟଙ୍କାର ନିବେଶ ଆଣିବାରେ ସକ୍ଷମ ହୋଇଛନ୍ତି। ଏହି ନିବେଶ ଜରିଆରେ ୪୮,୩୯୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ଓଡ଼ିଶାକୁ ୩୦,୫୯୫ କୋଟି ଟଙ୍କାର ନିବେଶ ଆଣିବାରେ ସକ୍ଷମ ହୋଇଛନ୍ତି। ଏହି ନିବେଶ ଜରିଆରେ ୪୮,୩୯୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

dfdfcvcvf

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ଓଡ଼ିଶାକୁ ୩୦,୫୯୫ କୋଟି ଟଙ୍କାର ନିବେଶ ଆଣିବାରେ ସକ୍ଷମ ହୋଇଛନ୍ତି। ଏହି ନିବେଶ ଜରିଆରେ ୪୮,୩୯୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦିଲ୍ଲୀ ଗସ୍ତ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଏବଂ ରଣନୈତିକ ସହଭାଗିତାକୁ ନୂଆ ସୋପାନକୁ ନେଇଛି। ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ଗସ୍ତ ସମୟରେ ନଏଡାସ୍ଥିତ ଆଇଟି କମ୍ପାନି ଏଚ୍‌ସିଏଲ୍‌ ଟେକ୍‌ର କ୍ୟାମ୍ପସ ବୁଲିବା ସହିତ ବିଭିନ୍ନ ଶିଳ୍ପପତି ଓ ଶିଳ୍ପଜଗତର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏଚ୍‌ସିଏଲ୍‌ ଟେକ୍‌ କ୍ୟାମ୍ପସ ବୁଲିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାର ଅଧ୍ୟକ୍ଷ ରୋଶନି ନାଦର ମାଲହୋତ୍ରାଙ୍କୁ ଭେଟି ଆଲୋଚନା କରିଛନ୍ତି।

ସେଠାକାର ମେଗା ଆଇଟି କ୍ୟାମ୍ପସ, ଏଆଇ ଲାବ୍‌ ଏବଂ ଆଇଓଟି ଲାବ୍‌ରେ ହେଉଥିବା କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ହୋଇଥିଲେ। ଏଥିସହିତ କିରଣ ନାଦର ମ୍ୟୁଜିୟମ୍‌ ଅଫ୍ ଆର୍ଟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୁଲିଥିଲେ। ଏଠାରେ ପ୍ରଯୁକ୍ତି ଓ ସଂସ୍କୃତି ଭିତରେ ଏକ ମିଳନର ପ୍ରତିଫଳନ ଦେଖିବାକୁ ମିଳିଥିଲା। ଆଇଟି ଓ ଆଇଟିଇଏସ୍‌ କ୍ଷେତ୍ରରେ ଓଡ଼ିଶାରେ ରହିଥିବା ସୁଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ପ୍ରଯୁକ୍ତି ପରିଚାଳିତ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶା ଏକ ହବ୍‌ରେ ପରିଣତ ହେବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଓଡ଼ିଶାରେ ଏଚ୍‌ସିଏଲ୍‌ ଏହାର ବ୍ୟବସାୟ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଏଚ୍‌ସିଏଲ୍‌ କ୍ୟାମ୍ପସ ବୁଲିବା ଏବଂ ଅଧିକାରୀମାନଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଆଜି ତାଜ୍‌ ପ୍ୟାଲେସ ହୋଟେଲରେ ଶିଳ୍ପକ୍ଷେତ୍ରର ନେତୃବୃନ୍ଦଙ୍କ ସହ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିଥିଲେ। କିରି ଇଣ୍ଡଷ୍ଟ୍ରିଜ୍‌, ହିମାଦ୍ରୀ ସ୍ପେସାଲିଟି କେମିକାଲ୍‌ ଲିମିଟେଡ୍‌, ଚୌଗୁଲେ ଗ୍ରୁପ୍, ଆଇଆର୍‌ଇଏଲ୍‌, ଏସ୍‌ଏଲ୍‌ଏମ୍‌ଜି ବେଭରେଜସ୍‌, ରୁଚି ସୋୟା ଫୁଡ୍‌ସ ଲିମିଟେଡ୍‌(ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌), ଆଇନକ୍ସ ଜିଏଫ୍‌ଏଲ୍‌ ଗ୍ରୁପ୍ ଏବଂ କ୍ବାଣ୍ଟ୍‌ ସୋଲାର ଆଦି କମ୍ପାନିର ନେତୃବୃନ୍ଦଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିଥିଲେ। ଓଡ଼ିଶାରେ ସେମାନଙ୍କ ବ୍ୟବସାୟ ସଂପ୍ରସାରଣ ନେଇ ସଫଳ ଆଲୋଚନା ହୋଇଛି। 

ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ନୂଆଦିଲ୍ଲୀ ଗସ୍ତ 
ଶିଳ୍ପ ନେତୃବୃନ୍ଦଙ୍କ ସହ ୱାନ୍‌-ଟୁ-ୱାନ୍‌ ଆଲୋଚନା
୩ କମ୍ପାନିଙ୍କ ସହ ହେବ ଏମ୍‌ଓୟୁ

ଏହି ଆଲୋଚନା ଫଳରେ ରାଜ୍ୟରେ ୧୪ଟି କମ୍ପାନି ୩ ହଜାର କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି। ଏହାଦ୍ବାରା ୨୧,୩୯୦ ଜଣଙ୍କ ପାଇଁ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ ରାଜ୍ୟ ସରକାର ୧୧ଟି ବୁଝାମଣାପତ୍ର (ଏମ୍‌ଓୟୁ)କୁ ଆନୁଷ୍ଠାନିକ ରୂପ ଦେଇଛନ୍ତି; ଯାହା ଜରିଆରେ ୨୭,୫୯୫ କୋଟି ଟଙ୍କାର ନିବେଶ ଆସିବ। ଏହାଦ୍ବାରା ରାଜ୍ୟରେ ୨୭ ହଜାର ନିଯୁକ୍ତି ସୃଜନ କରାଯାଇ ପାରିବ। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ରାଜ୍ୟରେ ମୋଟ ୩୦,୫୯୫ କୋଟି ଟଙ୍କା ନିବେଶ ନେଇ ଆଲୋଚନା ହୋଇଛି। ଏହାଦ୍ବାରା ୪୮,୩୯୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ। ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିଳ୍ପାୟନ ପାଇଁ ଅନେକଗୁଡିଏ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିବେ। ଡୁଆଲ୍‌-ଫିଡ୍ ନାପ୍‌ଥା କ୍ରାକର ‌ପ୍ରକଳ୍ପ ପାଇଁ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) ସହିତ ଏମ୍‌ଓୟୁ ହେବ। ଏଥିସହିତ ଇଣ୍ଡିଆନ୍ ‌ଷ୍ଟ୍ରାଟେଜିକ୍ ପେଟ୍ରୋକେମିକାଲ ରିଜର୍ଭସ ଲିମିଟେଡ (ଆଇଏସ୍‌ପିଆର୍‌ଏଲ୍‌) ଓ ପେଟ୍ରୋନେଟ୍ ଏଲ୍‌ଏନ୍‌ଜି ଆଦି ସହିତ ଏମ୍‌ଓୟୁ କରାଯିବ। ଏହାଦ୍ବାରା ରାଜ୍ୟରେ ପେଟ୍ରୋ ରସାୟନ କ୍ଷେତ୍ରରେ ଅଗ୍ରଗତି ହେବ। ଏଥିସହିତ ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଦିନରେ ମଧ୍ୟ ଶିଳ୍ପପତିମାନଙ୍କ ସହିତ ୱାନ୍‌-ଟୁ-ୱାନ୍‌ ଆଲୋଚନା କରିବେ। ଦୁଇଦିନର ଗସ୍ତ ଅବସରରେ ଓଡ଼ିଶାକୁ ଆଖିଦୃଶିଆ ନିବେଶ ଆସିବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe