୪ଟି ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ଆଗୁଆ; ପଛେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମି

Advertisment
୪ଟି ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ଆଗୁଆ; ପଛେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମି

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଭୋଟ୍‌ ଗଣନାରେ ପଞ୍ଜାବ, ଉତ୍ତର ପ୍ରଦେଶ, ଗୋଆ ଏବଂ ମଣିପୁରର ମୁଖ୍ୟମନ୍ତ୍ରୀମାନେ ଆଗୁଆ ଅଛନ୍ତି। କିନ୍ତୁ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶାସକ ବିଜେପିର ପ୍ରାର୍ଥୀ ପୁଷ୍କର ସିଂହ ଧାମି ପଛୁଆ ଥିବାର ସୂଚନା ମିଳିଛି।

ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ସର୍ବସାଧାରଣ ଜିଣୁଛନ୍ତି, ଦଙ୍ଗାକାରୀମାନେ ହାରୁଛନ୍ତି। କିନ୍ତୁ,  ସେ ନିଜେ ଏବେ ସିରାତୁ ଆସନରେ ପଛରେ ପଡ଼ିଛନ୍ତି।

ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ କଂଗ୍ରେସ ଖାତା ଖୋଲିନାହିଁ।

ବାରାଣସୀର ଶିବପୁର ବିଧାନସଭା ନିର୍ବାଚନ ଆସନରେ ‘ଏସ୍‌ବିଏସ୍‌ପିଏ’ ପ୍ରାର୍ଥୀ ରାଜଭର ସିଂହ ପଛାଉଥିବା ବେଳେ ଆଗ୍ରାରେ ବିଜେପିର ତ୍ରିଭୁବନ ରାମ ଅଗ୍ରଣୀ ଅଛନ୍ତି। ଉତ୍ତରାଞ୍ଚଳ ବିଧାନସଭା ଆସନରେ ବିଜେପିର ରବୀନ୍ଦ୍ର ଜୟସୱାଲ୍‌ ମଧ୍ୟ ଆଗୁଆ ଅଛନ୍ତି।

ଆଜି ଭୋଟ୍‌ ଗଣନା ଆରମ୍ଭ ହେବା ପୂର୍ବରୁ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହ ଇମ୍ଫାଲ୍‌ସ୍ଥିତ ଶ୍ରୀଗୋବିନ୍ଦଜୀ ମନ୍ଦିରରେ ପ୍ରାର୍ଥନା କରିଥିଲେ।

ସେହିପରି, ଭଗୱନ୍ତ ସିଂହ ମାନ୍‌ଙ୍କ ଘରେ ‘ଆପ୍’ ସମର୍ଥକମାନେ ଭାଙ୍ଗ୍‌ଡ଼ା ନୃତ୍ୟ କରିବା ସହ ଜିଲାବି ତିଆରି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe