ନୂଆଦିଲ୍ଲୀ: ଯେ କୌଣସି ସମୟରେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିବି ବୋଲି କହିଛନ୍ତି ଅଭିନେତ୍ରୀରୁ ସାଂସଦ ପାଲଟିଥିବା ହେମା ମାଳିନୀ। ସୁଯୋଗ ମିଳିଲେ ସେ ମୁଖ୍ୟମନ୍ତ୍ରୀ ହେବେ କି ବୋଲି ଏକ ପ୍ରଶ୍ନର ଉତ୍ତର ରଖି ହେମା କହିଛନ୍ତି ଚାହିଲେ ମୁଁ ଗୋଟିଏ ମିନିଟ୍ରେ ମୁଖ୍ୟମନ୍ତ୍ରୀ ହୋଇପାରିବି। ତେବେ ଏଥିପାଇଁ ମୋର ଆଗ୍ରହ ନାହିଁ ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମୟ ଦେଇପାରିବି ନାହିଁ ବୋଲି ସେ କହିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ମଧ୍ୟ ସେ ବିଜେପି ପାଇଁ ଅନେକ କାମ କରିଛନ୍ତି ବୋଲି କହିଛନ୍ତି। ହେମା ଉତ୍ତର ପ୍ରଦେଶକୁ ଦୃଷ୍ଟିରେ ରଖି ଏହା କହିଥିବାରୁ ରାଜନୈତିକ ମହଲରେ ଏହି ବୟାନ ଚର୍ଚାର ପ୍ରସଙ୍ଗ ପାଲଟିଛି।
ଗୋଟିଏ ମିନିଟ୍ରେ ମୁଖ୍ୟମନ୍ତ୍ରୀ ହୋଇପାରିବି: ହେମା ମାଳିନୀ
Advertisment
Follow Us