Deccan Herald
ଗିରିଡିହ: ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରେ ଏକ ଚଢ଼ଉ ସମୟରେ ପୁଲିସର ବୁଟ୍ ତଳେ ଜଣେ ଶିଶୁର ଜୀବନ ଯାଇଛି। ଏ ନେଇ ଛଅ ଜଣ ପୁଲିସ ବିରୋଧରେ ମାମଲା ରୁଜୁ କରାଯିବା ସହ ପାଞ୍ଚଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଜୋତା ତଳେ ଦଳିହୋଇ ୪ ଦିନ ଶିଶୁର ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ ପାଇବା ପୁଲିସ ବିରୋଧରେ ଉକ୍ତ ମାମଲା ରୁଜୁ କରାଯାଇଥିବା ଗୁରୁବାର ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି। ଜଣେ ମାଜିଷ୍ଟ୍ରେଟ୍ଙ୍କ ତ୍ତ୍ବାବଧାନରେ ଡାକ୍ତର ଦଳ ଶିଶୁଟିର ପୋଷ୍ଟମର୍ଟମ କରିଥିଲେ, ଯାହାର ଭିଡିଓଗ୍ରାଫି କରାଯାଇଥିଲା।
ଗିରିଡିହ ଏସ୍ପି ଅମିତ ରେଣୁଙ୍କ କହିବା ଅନୁସାରେ ଦୁଇଜଣ ବ୍ୟକ୍ତିଙ୍କ ବିରୋଧରେ କୋର୍ଟ ପକ୍ଷରୁ ଜାମିନ-ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଭୂଷଣ ପାଣ୍ଡେ ଓ ଆଉ ଜଣଙ୍କୁ ଗିରଫ କରିବା ପାଇଁ ପୁଲିସ ଏକ ଘର ଉପରେ ଚଢ଼ଉ କରିଥିଲା। ଏହି ସମୟରେ ପାଣ୍ଡେଙ୍କ ନାତି ଖଟ ଉପରେ ଶୋଇଥିବା ବେଳେ ବୁଟ୍ପିନ୍ଧା ପୁଲିସ ଅଭିଯୁକ୍ତକୁ ଖୋଜିବାକୁ ଯାଇ ତା’ ଉପରେ ଚଢ଼ିଯାଇଥିଲା। ବୁଧବାର ରାତି ୩ଟା ୨୦ ସମୟରେ ଏହି ଘଟଣା ଘଟିଥିଲା। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘଟଣାର ତଦନ୍ତ ସହ ଅଭିଯୁକ୍ତ ପୁଲିସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦେଇଛନ୍ତି।
Follow Us