ଶିଶୁ ପରିବେଶ କର୍ମୀ ଲିସିପ୍ରିୟା ଆନ୍ଦୋଳନରେ ସାମିଲ

Advertisment
ଶିଶୁ ପରିବେଶ କର୍ମୀ ଲିସିପ୍ରିୟା ଆନ୍ଦୋଳନରେ ସାମିଲ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନରେ କନିଷ୍ଠତମ ପରିବେଶ କର୍ମୀ ଲିସିପ୍ରିୟା କାଙ୍ଗୁଜାମ୍‌ ଏବଂ ତାଙ୍କ ସାଥୀମାନେ ସାମିଲ୍‌ ହେବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଦୀର୍ଘ ୧୪ ଦିନ ଧରି ଶୀତ, କାକରରେ ଦିଲ୍ଲୀର ମୁକ୍ତାକାଶରେ କୃଷକମାନଙ୍କ ସହ ଆନ୍ଦୋଳନ କରିଆସୁଥିବା ଶିଶୁମାନଙ୍କୁ ଭେଟିବା ପରେ ଲିସିପ୍ରିୟା କହିଛନ୍ତି ଯେ, ବିଶ୍ବର ସମସ୍ତ ପରିବେଶ କର୍ମୀ ଚାଷୀମାନଙ୍କ ସହ ଅଛନ୍ତି। ସିଂଘୁ ସୀମାରେ କୃଷକ ଆନ୍ଦୋଳନରେ ସାମିଲ ହୋଇ ସେ କହିଛନ୍ତି, ତାଙ୍କ ସ୍ବର ସମଗ୍ର ବିଶ୍ବରେ ପହଞ୍ଚିପାରିବ। ଖାଦ୍ୟ ନାହିଁ ତ ନ୍ୟାୟ ନାହିଁ, ନ୍ୟାୟ ନାହିଁ ତ ବିଶ୍ରାମ ନାହିଁ ବୋଲି ଲିସିପ୍ରିୟା ଟ୍ବିଟ୍‌ କରିଛନ୍ତି। ନିଜେ ଆନ୍ଦୋଳନରେ ସାମିଲ ହୋଇଥିବାର ଏକ ଭିଡିଓକୁ ଟ୍ବିଟ୍‌ କରି ଲିସିପ୍ରିୟା କହିଛନ୍ତି, ସରକାର ଯଥାଶୀଘ୍ର କୃଷକମାନଙ୍କ ଦାବି ପୂରଣ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe