କମ ବୟସର ଝିଅଙ୍କୁ ବିବାହ କରୁଥିବା ପୁରୁଷଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ: ଆସାମ ମୁଖ୍ୟମନ୍ତ୍ରୀ

Advertisment

ବାଲ୍ୟ ବିବାହ କରିଥିବା ବା କରାଉଥିବା ଘଟଣାରେ ୧୮୦୦ଜଣ ଗିରଫ

ବାଲ୍ୟ ବିବାହ କରିଥିବା ବା କରାଉଥିବା ଘଟଣାରେ ୧୮୦୦ଜଣ ଗିରଫ

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା: ବିବାହ ପୂର୍ବରୁ ଗର୍ଭ ପରୀକ୍ଷାକୁ ନେଇ ବିବାଦ

ନୂଆଦିଲ୍ଲୀ: ଆସାମ ପୁଲିସ ରାଜ୍ୟରେ ବାଲ୍ୟ ବିବାହ ଘଟଣାକୁ ନେଇ ଗୁରୁବାର ଏକ ବଡ଼ ପଦକ୍ଷେପ ନେଇଛି। ପୁଲିସ ଏଯାବତ ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବା ନେଇ ୧୮୦୦ଜଣଙ୍କୁ  ଗିରଫ କରିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ କି ବାଲ୍ୟ ବିବାହକୁ ନେଇ ରାଜ୍ୟରେ ୪୦୦୪ ମାମଲା ରୁଜୁ କରାଯାଇଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଗୁରୁବାର ସୂଚନା ଦେଇ କହିଛନ୍ତି, ‘ ଆମର ସରକାର ରାଜ୍ୟରେ ବାଲ୍ୟ ବିବାହ ଶେଷ କରିବାକୁ ଦୃଢ଼ ସଂକଳ୍ପ ନେଇଛି। କେବଳ ଏତିକି ନୁହେଁ, ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଫେବ୍ରୁଆରି ୩ରୁ ଆରମ୍ଭ ହୋଇଯିବ ‌ବୋଲି ବି କୁହାଯାଇଥିଲା।

ହିମନ୍ତ ବିଶ୍ବଶର୍ମା ଟୁଇଟ କରି କହିଛନ୍ତି, ‘ଆସାମ ପୁଲିସ ରାଜ୍ୟରେ ବାଲ୍ୟ ବିବାହର ୪୦୦୪ ମାମଲା ରୁଜୁ କରିଛନ୍ତି। ଏଦିଗ‌ରେ ପୁଲିସର କାର୍ଯ୍ୟାନୁଷ୍ଠାନ ଫେବ୍ରୁଆରି ୩ ତାରିଖରୁ ଆରମ୍ଭ ହୋଇଯାଇଛି। ମୁଁ ସମସ୍ତଙ୍କୁ ସହଯୋଗର ନିବେଦନ କରୁଛି। ଗତ ମାସରେ କ୍ୟାବିନେଟରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏଥିସହିତ ୧୪ବର୍ଷରୁ କମ ବୟସର ପିଲାଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଜରିଆରେ ଯାଞ୍ଚ ହେବା ନେଇ ମଞ୍ଜୁରୀ ମିଳିଯାଇଛି। ୫ରୁ ୬ ମାସ ମଧ୍ୟରେ ଏମିତି ହଜାରହଜାର ଲୋକଙ୍କୁ ଗିରଫ କରାଯିବ। କାରଣ ୧୪ବର୍ଷରୁ କମ ବୟସରେ ଝିଅମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ଅପରାଧ ଅଟେ। ଏଥିସହିତ ଝିଅଙ୍କ ବିବାହ ବୟସ ୧୮ବର୍ଷ ରହିଛି। ଏହାଠାରୁ କମ ବୟସର ଝିଅଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏବି ଏଥିରେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଜୀବନ କାରାଦଣ୍ଡ ହୋଇପାରେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe