୪୦ଘଣ୍ଟା ଧ୍ବଂସସ୍ତୂପ ତଳେ ଚାପି ହୋଇ ମୃତ୍ୟୁ ସହ ଲଢ଼ି ବାହାରକୁ ଆସିଥିବା ଶିଶୁକୁ ଦେଖନ୍ତୁ, କିଭଳି ଖୁସିରେ ଉଦ୍ଧାରକାରୀ ଦଳଙ୍କ ସହ ‌ଖେଳୁଛି

Advertisment
୪୦ଘଣ୍ଟା ଧ୍ବଂସସ୍ତୂପ ତଳେ ଚାପି ହୋଇ ମୃତ୍ୟୁ ସହ ଲଢ଼ି ବାହାରକୁ ଆସିଥିବା ଶିଶୁକୁ ଦେଖନ୍ତୁ, କିଭଳି ଖୁସିରେ ଉଦ୍ଧାରକାରୀ ଦଳଙ୍କ ସହ ‌ଖେଳୁଛି

ଇସ୍ତାନବୁଲ: ତୁର୍କୀ ଓ ସିରିୟାରେ ଭୂମିକମ୍ପଜନିତ ମହାବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୨୧,୦୫୧ରେ ପହଞ୍ଚିଥିବା ରିପୋର୍ଟ ମିଳିଛି। ଏବେ ବି ଅନେକ ଲୋକ ଧ୍ବଂସସ୍ତୂପ ତଳେ ଚାପି ହୋଇ ରହିଛନ୍ତି। ସେମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରାଯିବା ପାଇଁ ଉଦ୍ଧାରକାରୀ ଦଳ ଦିନରାତି ଏକ କରି ଦେଇଛନ୍ତି। ଧ୍ବଂସସ୍ତୂପ ଭିତରୁ ପ୍ରତିଦିନ ବିଭିନ୍ନ ପ୍ରକାର ଲୋମଟାଙ୍କୁର ଦୃଶ୍ୟର ଫଟୋ ଓ ଭିଡିଓ  ସ‌ାମ୍ନାକୁ ଆସୁଛି।

ନିକଟରେ ଜଣେ ବାପା ଧ୍ବଂସସ୍ତୂପରେ ଚାପି ହୋଇରହିଥିବା ନିଜ ମୃତ‌ଝିଅର ହାତ ଧରି ବସିଥିବାର ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଧ୍ବଂସସ୍ତୂପରୁ ଜଣେ ଦେଢ଼ବର୍ଷ ଶିଶୁ ଉଦ୍ଧାର ହେଲାବେଳକୁ ତାର ମା’, ଭାଇ ଓ ଭଉଣୀକୁ ହରାଇ ଦେଇଥିବା ଜଣାପଡ଼ିଥିଲା।

ଏହି କ୍ରମରେ ଧ୍ବଂସସ୍ତୂପ ତଳେ ଚାପି ହୋଇ ୪୦ଘଣ୍ଟା ମୃତ୍ୟୁ ସହ ସଂଘର୍ଷ କରିଥିବା ଭାଇ ଓ ଭଉଣୀଙ୍କୁ  ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବାହାରକୁ ବାହାରିବା ପରେ ଶୁଶୁଜଣକ ଖୁସିରେ ଉଦ୍ଧାରକାରୀ ଦଳଙ୍କ ସହିତ ଖେଳୁ ଥିବାର ଏକ ହୃଦୟସ୍ପର୍ଶୀ ଓ ଭାବବିହ୍ବଳ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ନିରୀହ ଶିଶୁକୁ ଦେଖିଲେ ଆଖିରେ ଲୁହ ଜକେଇ ଆସୁଛି।

ଅନ୍ୟପକ୍ଷରେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ କାହାରାମନମରସରେ ପ୍ରାୟ ୪୦ ପ୍ରତିଶତ କୋଠା ଘର କ୍ଷତିଗ୍ରସ୍ତ ହୋଇଛି। ଏପରି ସ୍ଥିତିରେ ତୁର୍କୀ ଓ ସିରିୟାକୁ ସାହାଯ୍ୟ କରିବାକୁ ଅନେକ ଦେଶ ଆଗେଇ ଆସିଛନ୍ତି। ଅନେକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦିନରାତି ଏକ କରି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe