ପାଟନା: ବିହାରରେ ସର୍ପାଘାତର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବିହାରର ଔରଙ୍ଗାବାଦରେ ୧୫ ଦିନ ମଧ୍ୟରେ ଜଣେ ଶିଶୁକୁ ଏକ ବିଷାକ୍ତ ତିନିଥର କାମୁଡିଛି। ତେବେ ସୌଭାଗ୍ୟବଶତଃ ପ୍ରତ୍ୟେକ ଥର ଶିଶୁଟିର ଜୀବନ ବଂଚିଯାଇଛି | କିନ୍ତୁ ସାପଟି କ୍ରମାଗତ ଭାବେ କାମୁଡୁଥିବାରୁ ଏହାକୁ ନେଇ ପରିବାର ଚିନ୍ତାରେ ପଡିଯାଇଛନ୍ତି | ତେବେ ସାପଟି କାହିଁକି ଶିଶୁକୁ ବାରମ୍ବାର କାମୁଡ଼ୁଛି ତାହା କେହି ବୁଝିପାରୁନାହାଁନ୍ତି। ଶିଶୁର ଜେଜେବାପା ଫେକନ ଭଗତ କହିଛନ୍ତି ଯେ ଜୁଲାଇ ୨ରେ ତାଙ୍କ ନାତି ପ୍ରଥମେ ଘର ବାହାରେ ଖେଳୁଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା ।
ପିଲାଟି ଚିତ୍କାର କରିବା ପରେ ପରିବାର ସଦସ୍ୟ ସେଠାରେ ପହଞ୍ଚି ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ। ପିଲାଟି ସୁସ୍ଥ ହେବା ପରେ ଘରକୁ ଫେରିବା ପରେ ପୁଣି ସେହି ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତେବେ ଜଡିବୁଟି ଔଷଧ ଦେବାରୁ ଶିଶୁଟି ପୁଣି ସୁସ୍ଥ ହୋଇଯାଇଥିଲା | ଶେଷରେ ଗତକାଲି ମଧ୍ୟ ତୃତୀୟ ଥର ପାଇଁ ସେହି ସାପ ଶିଶୁଟିକୁ କାମୁଡ଼ିଦେଇଥିଲା |
ପରେ ଶିଶୁଟିକୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପିଲାଟି ସୁସ୍ଥ ହୋଇ ଘରକୁ ଆସିଥିଲା। ତେବେ ଏଥର ପରିବାର ସଦସ୍ୟ ପିଲାଟିକୁ ତାଙ୍କ ମାଉସୀ ଘରକୁ ପଠାଇଦେଇଛନ୍ତି, ଯାହାଫଳରେ ସାପ ଚତୁର୍ଥ ଥର କାମୁଡ଼ି ପାରିବ ନାହିଁ। ତେବେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଚନା ଜାରି ରହିଛି | ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଏହି ଶିଶୁ ସହିତ ସାପର ଶତ୍ରୁତା କ’ଣ ଅଛି, ଯେଉଁଥିପାଇଁ ସାପ ତାଙ୍କୁ ତିନିଥର କାମୁଡିଛି |
Follow Us