୨୦୨୦ ଦଙ୍ଗାରେ ଅଭିଭାବକଙ୍କୁ ହରାଇଥିବା ପିଲାମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି

Advertisment
୨୦୨୦ ଦଙ୍ଗାରେ ଅଭିଭାବକଙ୍କୁ ହରାଇଥିବା ପିଲାମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି

The Indian Express

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ୨୦୨୦ ମସିହା ଫେବ୍ରୁଆରି ୨୩ ତାରିଖରେ ହୋଇଥିବା ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁଇବର୍ଷ ପରେ ଏହି ଦଙ୍ଗାରେ ପ୍ରାଣ ହରାଇଥିବା ପିତାମାତାଙ୍କ ସନ୍ତାନମାନେ ବଞ୍ଚିବା ପାଇଁ ଏବେବି ସଂଘର୍ଷ କରୁଛନ୍ତି। କେତେକ ପରିବାର ଭୀଷଣ ମାନସିକ ଆଘାତ ଭିତରେ ରହିଥିବା ବେଳେ ଅନ୍ୟମାନଙ୍କ ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ଅଛି। ଦଙ୍ଗାଗ୍ରସ୍ତଙ୍କ ମଧ୍ୟରେ ଡ୍ରାଇଭର, ଚା’ ଦୋକାନୀ, ପରିବାବାଲା, ରିକ୍ସାବାଲା ଭଳି ଗରିବ ପରିବାର ଅନ୍ତଭୁର୍କ୍ତ। ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳି ନାହିଁ କିମ୍ବା ସେମାନଙ୍କ ଭବିଷ୍ୟତ କଥା କେହି ଚିନ୍ତା କରିନାହାନ୍ତି। ସମସ୍ତଙ୍କ ଦୃଷ୍ଟିର ଆଢ଼ୁଆଳରେ ରହି ଦଙ୍ଗାପୀଡ଼ିତମାନେ ସେଦିନର ସ୍ମୃତିକୁ ମନେ ପକାଇ ଆଜି ଲୁହ ଗଡ଼ାଉଛନ୍ତି।

ଉତ୍ତର-ପୂର୍ବ ଦିଲ୍ଲୀର ସୀମା ସେପଟେ ଥିବା ଗାଜିଆବାଦର ଲୋନିରେ ଦଙ୍ଗାଗ୍ରସ୍ତ ପରିବାରର ଅନେକ ପିଲା ଆଇଆଇଟି-ଦିଲ୍ଲୀର ରିସର୍ଚ୍ଚ ସ୍କଲାର ଆସିଫ୍ ମୁଜତାବାଙ୍କ ଦ୍ବାରା ଖୋଲାଯାଇଥିବା ସୂର୍ଯ୍ୟୋଦୟ ପବ୍ଲିକ୍ ସ୍କୁଲରେ ପଢ଼ନ୍ତି। ଆମେ ଏକ ‘ସ୍ମାଇଲ୍ ପାଠ୍ୟକ୍ରମ’ ଯୋଜନା କରିଛୁ ଯେଉଁଥିରେ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ କରି ସେମାନଙ୍କଠାରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରିଥିଲୁ ବୋଲି ମୁଜତାବା କହନ୍ତି। ଦଙ୍ଗା ପରେ ଉଦ୍ଧାର ହୋଇଥିବା ଅଧିକାଂଶ ପିଲା ମାସ ମାସ ଧରି ସ୍ବାଭାବିକ ହେବାରେ ଅସମର୍ଥ ହୋଇଥିଲେ। ତଥାପି ବହୁ ଛାତ୍ରଛାତ୍ରୀ ଭଲ ପାଠପଢ଼ି ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ୁଛି ବୋଲି ମୁଜତାବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe