ଏସ୍‌ସିଓରେ ପାକିସ୍ତାନକୁ ଟାର୍ଗେଟ୍‌ ନକରିବାକୁ ଚୀନ୍‌ର ପରାମର୍ଶ

Advertisment
ଏସ୍‌ସିଓରେ ପାକିସ୍ତାନକୁ ଟାର୍ଗେଟ୍‌ ନକରିବାକୁ ଚୀନ୍‌ର ପରାମର୍ଶ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ୍‌ ନକରିବାକୁ ଭାରତକୁ ପରାମର୍ଶ ଦେଇଛି ଚୀନ୍‌। କିର୍ଗିଜସ୍ତାନର ରାଜଧାନ ବିସ୍କେକ୍‌ରେ ୧୩ ଓ ୧୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଆର୍ଥିକ ପ୍ରସଙ୍ଗ ଏବଂ ଆଞ୍ଚଳିକ ନିରାପତ୍ତା ଉପରେ ଆଲୋଚନା ହେବ, କିନ୍ତୁ ଏଥିରେ କୌଣସି ରାଷ୍ଟ୍ରକୁ ଟାର୍ଗେଟ୍‌ କରାଯିବା ଉଚିତ ନୁହେଁ ବୋଲି ଚୀନ୍‌ କହିଛି। ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍‌ରେ ଭାରତ ପାକିସ୍ତାନର ମୁଖା ଖୋଲି ଦେଉଥିବାରୁ ଏଥର ପାକିସ୍ତାନକୁ ସୁରକ୍ଷା ଦେବାକୁ ଚୀନ୍‌ ଆଗୁଆ ପଦକ୍ଷେପ ନେଇ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଛି । ଏସ୍‌ସିଓ ଚୀନ୍‌ ନେତୃତ୍ବରେ ୮ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠିତ ହୋଇଥିବା ବେଳେ ଏଥିରେ ପାକିସ୍ତାନ ମଧ୍ୟ ସଦସ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe