Religious leader of the Harkat ul-Mujahideen Maulana Masood Azhar, who has been released by Indian government on demand of the Indian plane hijackers, December 1999, shown in this March 2, 2000 photo. Pakistan's army rulers have silenced militant Islamic groups headquartered here ahead of next week's visit by president Clinton. (AP Photo/B.K. Bangash)
ନ୍ୟୁୟର୍କ: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦର ମୁଖିଆ ମସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦର ପ୍ରୟାସକୁ ଆଜି ଚୀନ୍ ପୁଣି ଥରେ ଭଣ୍ଡୁର କରିଦେଇଛି। ସୁରକ୍ଷା ପରିଷଦର ଅନ୍ୟ ୪ ରାଷ୍ଟ୍ର (ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଏବଂ ରୁଷିଆ)ର ଦୃଢ଼ ସମର୍ଥନ ସତ୍ତ୍ବେ ମସୁଦ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଜାତିସଂଘ ଘୋଷଣା କରିବାରେ ସକ୍ଷମ ହୋଇନାହିଁ। ଏ ବାବଦ ପ୍ରସ୍ତାବ କାର୍ଯ୍ୟକାରୀ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଚୀନ୍ ନିରପତ୍ତା ପରିଷଦର ପଦକ୍ଷେପକୁ ବିରୋଧ କରିଥିଲା ଏବଂ ୨୦୧୭ରେ ମସୁଦ୍କୁ ନେଇ ଥିବା ସ୍ଥିତି ଏବେ ବି କାଏମ ରଖିବା ପାଇଁ ଜୋର୍ଦାର ଦାବି ଉପସ୍ଥାପନ କରିଥିଲା। ଚୀନ୍ ସୁରକ୍ଷା ପରିଷଦରେ ୨୦୧୭ରେ ଭିଟୋ ପ୍ରୟୋଗ କରି ମସୁଦ୍କୁ ସୁରକ୍ଷା ଦେଇଥିଲା ଏବଂ ଆଜି ଚତୁର୍ଥ ଥର ପାଇଁ ସୁୂରକ୍ଷା ପରିଷଦର ପ୍ରୟାସକୁ ନିଜର ସ୍ବତନ୍ତ୍ର କ୍ଷମତା ବଳରେ ଭଣ୍ଡୁର କରିଦେଇଛି। ପାକିସ୍ତାନ-ଚୀନ୍ ଆର୍ଥିକ କରିଡରରୁ ସର୍ବାଧିକ ଫାଇଦା ଉଠାଇବାକୁ ଚାହୁଥିବା ଚୀନ୍ ଏବେ ପାକିସ୍ତାନକୁ ଖୁସି କରିବା ଏବଂ ଭାରତରେ ଅସ୍ଥିରତା ପାଇଁ ଏଭଳି ପଦକ୍ଷେପ ନେଇଥିବାରୁ ଏହାକୁ ବିଭିନ୍ନ ରାଷ୍ଟ୍ର ନାପସନ୍ଦ କରିଛନ୍ତି। ଚୀନ୍ର ଏଭଳି ଆଭିମୁଖ୍ୟ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବଡ଼ ବିପଦ ହେବ ବୋଲି ଆମେରିକା ଚେତାଇ ଦେଇଛି।
ଚୀନ୍ ଆଜି ମସୁଦ୍କୁ ସୁରକ୍ଷା ଦେଇ କହିଛି ଯେ ମସୁଦ୍ ସଂପର୍କରେ ସମସ୍ତ ପକ୍ଷକୁ ସୁହାଇଲା ଭଳି ପଦକ୍ଷେପ ନିଆଯିବା ଉଚିତ। ମସୁଦ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପାଇଁ ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ ପ୍ରମାଣ ଏକତ୍ରିତ ହେବା ଆବଶ୍ୟକ ଏବଂ ଏ ନେଇ ସହମତି ମଧ୍ୟ ଜରୁରୀ ବୋଲି ଚୀନ୍ କହିଛି। ମସୁଦ୍ର ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ, ପୁଲୱାମା ଆକ୍ରମଣ ସଂକ୍ରାନ୍ତ ବଳିଷ୍ଠ ପ୍ରମାଣ ଏବଂ ଜୈସ୍ର ସ୍ବୀକାରୋକ୍ତି ନେଇ ଅନେକ ତଥ୍ୟ ଭାରତ ଜାତିସଂଘରେ ଆଜି ଉପସ୍ଥାପନ କରିଥିଲା। କଶ୍ମୀରର ପୁଲୱାମାରେ ଜୈସ୍ର ଆତ୍ମଘାତୀ ଆକ୍ରମଣ ଯୋଗୁଁ ୪୧ ଜଣ ଯବାନ ସହିଦ ହୋଇଯିବା ପରେ ମସୁଦ୍କୁ ନେଇ ଆମେରିକା ଫ୍ରାନ୍ସ, ବ୍ରିଟେନ୍ ଏବଂ ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ଏ ବାବଦରେ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିଲେ। ଚୀନ୍ ଏ କ୍ଷେତ୍ରରେ ଲଗାତାର ସମସ୍ୟା ସୃଷ୍ଟି କରି ମସୁଦ୍କୁ ସୁରକ୍ଷା ଦେଇ ଚାଲିଛି। ତେବେ ଆତଙ୍କବାଦ ନେଇ ଚୀନ୍ ଭଳି ରାଷ୍ଟ୍ରର ଦୋମୁହାଁ ନୀତି ଏବଂ ନିର୍ଦ୍ଦିଷ୍ଟ ଆତଙ୍କବାଦୀ ପ୍ରତି ଦରଦ ଜାତିସଂଘରେ ଏହାର ମୁଖା ଖୋଲିଦେଇଛି।
Follow Us