ଟ୍ରମ୍ପ୍‌ଙ୍କ ପରାଜୟ ଚାହୁଛନ୍ତି ଚୀନ୍‌ ଓ ଇରାନ୍‌

Advertisment
ଟ୍ରମ୍ପ ଯୁଗର ଅବସାନ

Image Courtesy of Hindustan Times

ୱାସିଂଟନ: ଆସନ୍ତା ସାଧାରଣ ନିର୍ବାଚନରେ ଚୀନ୍‌ ଓ ଇରାନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପରାଜୟ ଚାହୁଛନ୍ତି ବୋଲି ଆମେରିକା ଗୁଇନ୍ଦା‌ ସୂତ୍ରରୁ ପ୍ରକାଶ ପାଇଛି। ଅପରପକ୍ଷେ, ରୁଷିଆ ଟ୍ରମ୍ପ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଜୋ ବାଇଡେନଙ୍କ ପରାଜୟ ଚାହୁଛି ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ। ଆମେରିକା ନିର୍ବାଚନକୁ ନେଇ ବହୁ ବିଦେଶ ଶକ୍ତି ନିଜ ନିଜ ଦୃଷ୍ଟିକୋଣରୁ ବିଚାର କରୁଛନ୍ତି ବୋଲି ଏନ୍‌ସିଏସ୍‌ସିର ନିର୍ଦ୍ଦେଶକ ୱିଲିୟମ ଏଭାନିଆ କହିଛନ୍ତି। ଟ୍ରମ୍ପ୍‌ ଦ୍ବିତୀୟ ବାର ନିର୍ବାଚିତ ନ ହୁଅନ୍ତୁ ବୋଲି ଚୀନ୍‌ ଓ ଇରାନ୍‌ ଭଳି ରାଷ୍ଟ୍ର ଚାହୁଁଛନ୍ତି। ଏଣୁ ଏମାନେ ଆମେରିକୀୟ ଭୋଟରଙ୍କୁ ନିଜ ଦୃଷ୍ଟିକୋଣରୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଆମେରିକୀୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି। କିନ୍ତୁ ରୁଷିଆ ଟ୍ରମ୍ପ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ ଜୋ ବାଇଡେନ୍‌ଙ୍କ ପରାଜୟ ଚାହୁଁଛି ବୋଲି ଏନ୍‌ସିଏସ୍‌ସି କହିଛି। ହଂକଂ ଏବଂ କରୋନା ଭାଇରସ ପ୍ରସଙ୍ଗରେ ଆମେରିକା‌ ରାଷ୍ଟ୍ରପତି ଚୀନ୍‌ର ବିରୋଧ କରି ଆସୁଥିବାରୁ ଚୀନ୍‌ ଏଥିରେ ଖପ୍ପା ହୋଇଛି। ଟ୍ରମ୍ପ୍‌ ମଧ୍ୟ ଚିନ୍‌ର ‘ଟିକ୍‌ଟକ୍‌’ ଆପ୍‌କୁ ବନ୍ଦ କରିଦେଇଛି। କିନ୍ତୁ ରୁଷିଆ ଟ୍ରମ୍ପ୍‌ଙ୍କ ସପକ୍ଷରେ ପ୍ରଚାର କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe