ଇଣ୍ଟ‌ର୍‌ନେଟ୍ ସ୍ୱାଧୀନତାରେ ଚୀନ୍ ଓ ପାକିସ୍ତାନ ସବୁଠୁ ଖରାପ, ଭାରତ ମଧ୍ୟମ: ରିପୋର୍ଟ

Advertisment
ଆମ ଜୀବନରେ ଇଣ୍ଟର୍‌ନେଟ୍‌

the morung express

ୱାସିଂଟନ : ଇଣ୍ଟର୍‌ନେଟ୍ ବ୍ୟବହାରରେ ସ୍ବାଧୀନତା ପାଇଁ ବିଶ୍ବରେ ସବୁଠୁ ଖରାପ ଦେଶ ହେଉଛି ଚୀନ୍ ଓ ପାକିସ୍ତାନ ଏବଂ ଭାରତରେ ଆଂଶିକ ସ୍ବାଧୀନତା ଅଛି ବା ଭାରତ ଏ କ୍ଷେତ୍ରରେ ମଧ୍ୟମ ବୋଲି ଆମେରିକାର ଇଣ୍ଟର୍‌ନ୍ୟାସନାଲ୍‌ ଫ୍ରିଡମ୍ ଆଡ୍‌ଭୋକାସି ଗ୍ରୁପ୍ ‘ଫ୍ରିଡମ୍ ହାଉସ୍’ ଦ୍ବାରା ନିକଟରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ଇଣ୍ଟର୍‌ନେଟ୍‌ରେ ସରକାର ବିରୋଧରେ ଅସନ୍ତୋଷ ପ୍ରକାଶ କରିବା, ସ୍ବାଧୀନ ରିପୋର୍ଟିଂ କରିବା ବା ଦୈନନ୍ଦିନ ବାର୍ତ୍ତା ଆଦାନ ପ୍ରଦାନ କରିବାରେ ଚୀନ୍ ସରକାର ନିଜ ଦେଶରେ ଅତି କଡ଼ା ଆଇନ ଜାରି କରିଛନ୍ତି। କୋଭିଡ୍-୧୯ ସମ୍ବନ୍ଧୀୟ ଖବର ଥିଲା ସବୁଠୁ ଅଧିକ କଟକଣା ଲଗାଯାଇଥିବା ପ୍ରସଙ୍ଗ। ଇଣ୍ଟର୍‌ନେଟ୍ ସ୍ବାଧୀନତା କ୍ଷେତ୍ରରେ ଭାରତକୁ ୧୦୦ରୁ ୪୯ ମାର୍କ ମିଳିଥିବା ବେଳେ ଏହାକୁ ଆଂଶିକ ମୁକ୍ତ ବା ମଧ୍ୟମ ବୋଲି ଅଭିହିତ କରାଯାଇଛି। କୃଷକମାନେ ଆନ୍ଦୋଳନ କରିବା ପାଇଁ ରାସ୍ତାକୁ ଓହ୍ଲାଇବା ଯୋଗୁ ୨୦୨୧ ଜାନୁଆରି ଓ ଫେବ୍ରୁଆରି ମାସରେ ଭାରତରେ ଇଣ୍ଟର୍‌ନେଟ୍ ଯୋଗାଯୋଗ ବାରମ୍ବାର କାଟି ଦିଆଯାଉଥିଲା। ସରକାର ମଧ୍ୟ ଚୀନ୍-ଭିତ୍ତିକ ଶତାଧିକ ମୋବାଇଲ ଆପ୍‌କୁ ବ୍ଲକ୍ କରିବାକୁ ଆଦେଶ ଦେଇଥିଲେ। ବିକ୍ଷୋଭ-ସମ୍ପର୍କିତ ଓ ସମାଲୋଚନା-ମୂଳକ ପୋଷ୍ଟଗୁଡ଼ିକୁ ହଟାଇବା ପାଇଁ ଟ୍ବିଟର ଉପରେ ଚାପ ପକାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe