Image Courtesy of DTNext
ବେଜିଙ୍ଗ୍: ପରୀକ୍ଷା ଲାଗି ଚୀନ୍ ତା’ର ପ୍ରଥମ ‘ନାଜାଲ୍ ସ୍ପ୍ରେ କୋଭିଡ୍-୧୯ ଟିକା’ ଅନୁମୋଦନ କରାଥିବା କଥା ଗୁରୁବାର ଦିନ ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି।
କରୋନାଭାଇରସ୍ ବିପକ୍ଷରେ କେବଳ ଚୀନ୍ ପ୍ରସ୍ତୁତ କରିଥିବା ‘ନାଜାଲ୍ ସ୍ପ୍ରେ ଟିକା’ର (ନାକପୁଡ଼ାରେ ସ୍ପ୍ରେ ହେଉଥିବା ଟିକା) ପ୍ରଥମ ପର୍ଯ୍ୟାୟ ପରୀକ୍ଷା ନଭେମ୍ବର ମାସରେ କରାଯିବ ବୋଲି ଆଶା କରାଯାଉଛି। ଏଥିପାଇଁ ୧୦୦ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯାଇଛି।
ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ’ ରିପୋର୍ଟ କରିଛି ଯେ, ଏହି ପ୍ରକାରର ଏକମାତ୍ର ଟିକାକୁ ଚୀନ୍ର ‘ନ୍ୟାସ୍ନାଲ୍ ମେଡିକାଲ୍ ପ୍ରଡକ୍ଟସ୍ ଆଡ୍ମିନିଷ୍ଟ୍ରାସନ୍’ ଅନୁମୋଦନ କରିଛି।
ହଙ୍ଗ୍କଙ୍ଗ୍ ଏବଂ ଚାଇନିଜ୍ ମେନ୍ଲାଣ୍ଡ୍ ମିଳିତ ମିସନ୍ରେ ପ୍ରସ୍ତୁତ ଏହି ଟିକାରେ ହଙ୍ଗ୍କଙ୍ଗ୍ ବିଶ୍ବବିଦ୍ୟାଳୟ, ଜିଆମେନ୍ ବିଶ୍ବବିଦ୍ୟାଳୟ ଏବଂ ବେଜିଙ୍ଗ୍ର ୱାନ୍ତାଇ ବାୟୋଲୋଜିକାଲ୍ ଫାର୍ମାସିର ଗବେଷକମାନେ ସମ୍ପୃକ୍ତ।
Image Courtesy of Free Newsହଙ୍ଗ୍କଙ୍ଗ୍ ବିଶ୍ବବିଦ୍ୟାଳୟର ମାଇକ୍ରୋବାୟୋଲୋଜିଷ୍ଟ୍ ୟୁଏନ୍ କୋଅକ୍-ୟୁଙ୍ଗ୍ କହନ୍ତି, ରୋଗପ୍ରତିରୋଧକ ପ୍ରତିକ୍ରିୟା ସକ୍ରିୟ କରାଇବାକୁ ଏହି ଟିକା ଶ୍ବାସକ୍ରିୟା ଭୂତାଣୁର ପ୍ରାକୃତିକ ସଂକ୍ରମଣ ପଥକୁ ଚଳଚଞ୍ଚଳ କରିପକାଏ।
‘ଏଚ୍୧ଏନ୍୧’, ‘ଏଚ୍୩ଏନ୍୨’ ଏବଂ ‘ବି’ ସମେତ ଇନ୍ଫ୍ଲୁଏଞ୍ଜା ଭୂତାଣୁ ସାମିଲ୍ କରାଗଲେ ଏହି ‘ନାଜାଲ୍ ସ୍ପ୍ରେ ଟିକା’ ନେଉଥିବା ବ୍ୟକ୍ତିବିଶେଷ କରୋନାଭାଇରସ୍ ଆକ୍ରମଣରୁ ନିରାପଦ ରହିବା ସହ ଇନ୍ଫ୍ଲୁଏଞ୍ଜାରୁ ମଧ୍ୟ ରକ୍ଷା ପାଇବେ ବୋଲି ୟୁଏନ୍ କହିଛନ୍ତି। ଏହି ଟିକାର ତିନିଟି ପର୍ଯ୍ୟାୟ ପରୀକ୍ଷା ଶେଷ କରିବାକୁ ଅନ୍ୟୂନ ବର୍ଷଟିଏ ଲାଗିବ।
ବେଜିଙ୍ଗ୍ର ଜଣେ ଇମ୍ୟୁନୋଲୋଜିଷ୍ଟ୍ କହିଛନ୍ତି, ଇଞ୍ଜେକ୍ସନ୍ ତୁଳନାରେ ନାଜାଲ୍ ସ୍ପ୍ରେ ଟିକା ଦେବା ଅପେକ୍ଷାକୃତ ସହଜ।
Follow Us