Image Courtesy of Zee News
ନୂଆଦିଲ୍ଲୀ: ଭାରତୀୟ ସେନାର ‘ଦୃଢ଼ ଏବଂ ଶକ୍ତିଶାଳୀ’ ମୁକାବିଲା କାରଣରୁ ଲଦାଖ ଅଞ୍ଚଳରେ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ତା’ର ଦୁଃସାହସ ନିମନ୍ତେ ଅପ୍ରତ୍ୟାଶିତ ପରିଣାମର ସମ୍ମୁଖୀନ ହେଉଛି ବୋଲି ଶୁକ୍ରବାର ଦିନ ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ (ସିଡିଏସ୍) ବିପିନ ରାୱତ କହିଛନ୍ତି।
ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରୁ ସାମରିକ ସଂଘର୍ଷ ହ୍ରାସ କରିବା ନମିନ୍ତେ ଆଜି ଭାରତ ଓ ଚୀନ୍ ସେନା ଆଲୋଚନା କରୁଥିବା ବେଳେ ଜେନେରାଲ୍ ରାୱତ୍ ଏଭଳି ମନ୍ତବ୍ୟ ଦେଇଛନ୍ତି।
Image Courtesy of Hindustan Timesଆଜି ‘ନ୍ୟାସ୍ନାଲ୍ ଡିଫେନ୍ସ୍ କଲେଜ୍’ର ହୀରକ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ସେ କହିଲେ, ସୀମାନ୍ତ ସଂଘର୍ଷ, ନିୟମ ଉଲ୍ଲଂଘନ ଏବଂ ଅଯଥା ଯୋଜନାବଦ୍ଧ ସାମରିକ କାର୍ଯ୍ୟାନୁଷ୍ଠାନ କ୍ରମେ ବଡ଼ ବିବାଦ ପାଲଟି ଯାଇଥିବାରୁ ସାମଗ୍ରିକ ନିରାପତ୍ତା ଆକଳନ ଅନୁସାରେ ସେ ବିବାଦକୁ ହ୍ରାସ କରାଯାଇ ପାରିବ ନାହିଁ। ଆମର ଆଚରଣ ଅସ୍ପଷ୍ଟ ନୁହେଁ। ବାସ୍ତବ ନିୟନ୍ତ୍ରଣରେଖା ଘୁଞ୍ଚାଯିବା କଥାକୁ ଆମେ ଗ୍ରହଣ କରିବୁ ନାହିଁ।
ଏହାଛଡ଼ା, ଚୀନ୍ ଓ ପାକିସ୍ତାନ ମିଳିତଭାବେ ଷଡ଼ଯନ୍ତ୍ର କରୁଥିବା କଥା ମଧ୍ୟ ରାୱତ୍ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ, ଆଣବିକ ଅସ୍ତ୍ରଧାରୀ ଦୁଇ ପଡ଼ୋଶୀଙ୍କ ସହ ନିରାପତ୍ତା ସଂକ୍ରାନ୍ତ ଚାଲେଞ୍ଜ୍ ରହିଛି। ପୂର୍ବରୁ ମଧ୍ୟ ଭାରତ ଏହି ଦୁଇ ପଡ଼ୋଶୀଙ୍କ ସହ ଯୁଦ୍ଧ ଲଢ଼ିଛି।
Follow Us