ଚୀନ୍‌ ବଳପୂର୍ବକ ବାସ୍ତବ ନିୟନ୍ତ୍ରଣ ରେଖା ନିୟନ୍ତ୍ରଣ କରିବାକୁ ଚାହିଁଥିଲା, ଆଲୋଚନା ତା’ର ଆକ୍ରମଣାତ୍ମକ ମନୋଭାବ ବଦଳାଇବ ନାହିଁ: ଆମେରିକା

Advertisment
ଚୀନ୍‌ ବଳପୂର୍ବକ ବାସ୍ତବ ନିୟନ୍ତ୍ରଣ ରେଖା ନିୟନ୍ତ୍ରଣ କରିବାକୁ ଚାହିଁଥିଲା, ଆଲୋଚନା ତା’ର ଆକ୍ରମଣାତ୍ମକ ମନୋଭାବ ବଦଳାଇବ ନାହିଁ: ଆମେରିକା

Image Courtesy of India Today

ୱାସିଂଟନ୍: ଚୀନ୍‌ ତା’ର ସୀମା ବିସ୍ତାରବାଦର ଅଂଶବିଶେଷ ଭାବେ ଭାରତ ସହ ଥିବା ବାସ୍ତବ ନିୟନ୍ତ୍ରଣ ରେଖାକୁ ବଳପୂର୍ବକ ଅକ୍ତିଆର କରିବାକୁ ଉଦ୍ୟମ କରିଥିଲା ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ରବର୍ଟ ଓ’ବ୍ରାଇନ୍ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଲୋଚନା ଏବଂ ରାଜିନାମା ଚୀନ୍‌ର ମନୋଭାବକୁ ବଦଳାଇ ପାରିବ ନାହିଁ। ଏ ସପ୍ତାହ ପ୍ରାରମ୍ଭରେ ଉଟାହ୍‌ ଠାରେ ସେ କହିଛନ୍ତି, ଭାରତୀୟ ସୀମାନ୍ତରେ ବି ଚୀନା କମ୍ୟୁନିଷ୍ଟ୍ ପାର୍ଟିର ସୀମା ବିସ୍ତାର ସୁସ୍ପଷ୍ଟ। ସେଠାରେ ଚୀନ୍ ବଳପୂର୍ବକ ବାସ୍ତବ ନିୟନ୍ତ୍ରଣ ରେଖା ଦଖଲ କରିବାକୁ ଉଦ୍ୟମ କରିଥିଲା।

publive-image Image Courtesy of Hindustan Times

ସେ ପୁଣି କହିଛନ୍ତି, ଆନ୍ତର୍ଜାତିକ ବିକାଶ କାର୍ଯ୍ୟକ୍ରମ ‘ୱାନ୍‌ ବେଲ୍‌ଟ୍‌ ୱାନ୍‌ ରୋଡ୍‌ରେ ନିଜର ଭିତ୍ତିଭୂମି ଗଢ଼ିବାକୁ ଚୀନା ଶ୍ରମିକମାନଙ୍କୁ ନିଯୁକ୍ତି ଦେଇଥିବା ଚୀନା କମ୍ପାନିମାନଙ୍କର ପ୍ରାପ୍ୟ ଦେବାକୁ ଦରିଦ୍ର କମ୍ପାନିମାନେ ଅସ୍ବଚ୍ଛ ଏବଂ ଅସୁରକ୍ଷିତ ଋଣ ଗ୍ରହଣ କରୁଛନ୍ତି। ଏହି ପ୍ରକଳ୍ପଗୁଡ଼ିକରୁ ଅନେକ ଅନାବଶ୍ୟକ, ନିମ୍ନମାନରେ ନିର୍ମିତ ଏବଂ ସେଗୁଡ଼ିକର କୌଣସି ଯଥାର୍ଥତା ନାହିଁ।

ଚୀନ୍ ଋଣ ଉପରେ ନିର୍ଭରଶୀଳ ସେ ସବୁ ଦେଶମାନେ ଏବେ କ୍ରମଶଃ ସାର୍ବଭୌମ‌ତ୍ବ ହରାଉଛନ୍ତି ଏବଂ ଚୀନା କମ୍ୟୁନିଷ୍ଟ୍‌ ପାର୍ଟି ଆଧାରରେ ଜାତିସଂଘରେ ଭୋଟ୍‌ ଦେବା ସହ ତା’ର ଅନ୍ୟାନ୍ୟ ବିଚାରଧାରାକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe