ପୂର୍ବ ଲଦାଖରେ ସେନା ଠୁଳ କରୁଛି ଚୀନ୍; ଅନୁପ୍ରବେଶ ପାଇଁ ନୂତନ ସ୍ଥାନ ଖୋଜିବ‌ା ଯୋଜନାରେ ଚୀନ୍

ପୂର୍ବ ଲଦାଖରେ ସେନା ଠୁଳ କରୁଛି ଚୀନ୍; ଅନୁପ୍ରବେଶ ପାଇଁ ନୂତନ ସ୍ଥାନ ଖୋଜିବ‌ା ଯୋଜନାରେ ଚୀନ୍

indiatoday

ନୂଆଦିଲ୍ଲୀ: ପୂର୍ବ-ଲଦାଖରେ ସେନା ଠୁଳ କରୁଛି ଚୀନ୍। ଗୋଟିଏ ପଟେ ଭାରତ ସହ ଚୀନର ସାମରିକ ଓ କୂଟନୈତିକସ୍ତରରେ ଆଲୋଚନା ଚାଲିଥିବା ବେଳେ ଅନ୍ୟ ପଟେ ଚୀନ ଭାରତୀୟ ସୀମାଠାରୁ ଅଳ୍ପ ଦୂରରେ ସେନାଠୁଳ କରିବା ସହ ସାମରିକ ଗତିବିଧି ତୀବ୍ର କରୁଛି। ଉପଗ୍ରହ ମାଧ୍ୟମରେ ଗ୍ରହଣ କରାଯାଇଥିବା ଚିତ୍ରରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି।

ପୂର୍ବ-ଲଦାଖରେ ଅନୁପ୍ରବେଶ ପାଇଁ ପୂର୍ବ ଲଦାଖର କିଛି ଅଂଶରେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଦୌଲତ ବେଗ୍ ଓଲଡି (ଡିବିଓ) ଏବଂ ଡେପସଙ୍ଗ ସେକ୍ଟରରେ ଏକ ନୂତନ ଗଳାବାଟ ଖୋଲିପାରେ ବୋଲି ଏହି ଚିତ୍ର ସୂଚିତ କରିଛି । ମିଳିଥିବା ତଥ୍ୟ ମୁତାବକ, ଜୁନ୍ ମାସରେ ଚାଇନା ବେସ୍ କ୍ୟାମ୍ପ ନିକଟରେ ସେନା ଯାନବାହନ ଦେଖିବାକୁ ମିଳିଥିଲା। ମେ'ର ଶେଷ ଭାଗରେ ଡେପସଙ୍ଗର ଏହି ଅଞ୍ଚଳରେ ଚୀନ ସେନା ଭାରତୀୟ ସୀମାକୁ ଅନୁପ୍ରବେଶ କରିବ ବୋଲି ଭାରତ ଆଶଙ୍କା କରିଥିଲା | କାରଣ ୨୦୧୩ରେ ପିଏଲ୍ଏ ଡେପସଙ୍ଗର ଏହି ଅଞ୍ଚଳ ଦେଇ ଭାରତକୁ ବେଆଇନ ଭାବେ ପ୍ରବେଶ କରିଥିଲା |

publive-image indiatoday

ସୂଚନା ମୁତବକ, ବୁଧବାର ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭାରତ-ଚୀନ୍ ସୀମା ବ୍ୟାପାର (ଡବ୍ଲୁଏମସି) ଉପରେ ପରାମର୍ଶ ଏବଂ ସମନ୍ୱୟ ପାଇଁ  ଉଭୟ ପକ୍ଷର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷ ମେ ମାସରେ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ର ଉଭୟ ପାର୍ଶ୍ୱରେ ସାମରିକ ନିର୍ମାଣ କାର୍ଯ୍ୟ ପରଠାରୁ ଦୁଇ ଦେଶ ମଧ୍ୟରେ ଅନେକ ସାମରିକ ଏବଂ କୂଟନୈତିକସ୍ତରୀୟ ଆଲୋଚନା ଚାଲିଛି। ଜୁନ୍ ୧୫ ରାତିରେ ଚୀନ ସେନା ଓ ଭାରତୀୟ ସେନା ମଧ୍ୟରେ ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe