Image Courtesy of NDTV
ଜାତିସଂଘ: ପାକିସ୍ତାନୀ ଆତଙ୍କବାଦୀ ଅବ୍ଦୁଲ୍ ରେହମନ୍ ମାକ୍କିଙ୍କୁ ବୈଶ୍ବିକ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ପ୍ରସ୍ତାବକୁ ଆଜି ଶେଷ ମୁହୂର୍ତ୍ତରେ ଚୀନ୍ ଅଟକାଇ ଦେଇଛି। ଜାତିସଂଘ ନିରାପତ୍ତା ପରିଷଦ୍ର ‘ଆଇଏସ୍ଆଇଏସ୍’ ଏବଂ ‘ଅଲ୍ କାଏଦା ସାଙ୍କ୍ସନ୍ କମିଟି’ ବ୍ୟବସ୍ଥା ଅନୁସାରେ ଭାରତ ଓ ଆମେରିକା ଉପରୋକ୍ତ ପ୍ରସ୍ତାବ ଆଗତ କରିଥିଲେ।
ଯୁକ୍ତରାଷ୍ଟ୍ର ଆମେରିକା ଆତଙ୍କବାଦୀ ଆଖ୍ୟା ଦେଇଥିବା ମାକ୍କି ହେଉଛନ୍ତି ‘ଲଶ୍କର୍-ଏ-ତୈବା’ର ମୁଖ୍ୟ ତଥା ୨୬/୧୧ର ‘ମାଷ୍ଟର୍ମାଇଣ୍ଡ୍’ ହଫିଜ୍ ସୟିଦ୍ଙ୍କ ଶାଳକ।
ମାକ୍କିଙ୍କ ସମ୍ପର୍କରେ ସୂଚନା ଦେଲେ ୨ ନିୟୁତ ଡଲାର୍ ପର୍ଯ୍ୟନ୍ତ ପୁରସ୍କାର ମିଳିବ ବୋଲି ‘ୟୁଏସ୍ ଡିପାର୍ଟମେଣ୍ଟ୍ ଅଫ୍ ଷ୍ଟେସ୍ ରିୱାର୍ଡ ଫର୍ ଜଷ୍ଟିସ୍ ପ୍ରୋଗ୍ରାମ୍ ଘୋଷଣା କରିଛି। ‘ଲଶ୍କର-ଏ-ତୈବା’ରେ ମାକ୍କି ବିଭିନ୍ନ ପଦବୀରେ ଅବସ୍ଥାନ କରିଥିଲେ। ‘ଏଲ୍ଇଟି’ ଅଭିଯାନ ନିମନ୍ତେ ପାଣ୍ଡି ଯୋଗାଡ଼ କରିବାରେ ମଧ୍ୟ ତାଙ୍କର ଭୂମିକା ଥିଲା।
Image Courtesy of The Ksahmiriyatଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇଥିବାରୁ ୨୦୨୦ରେ ପାକିସ୍ତାନର ଆଣ୍ଟି-ଟେରରିଜମ୍ କୋର୍ଟ ମାକ୍କିଙ୍କୁ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡାଦେଶ ଦେଇଥିଲେ। କିନ୍ତୁ, ଅତୀତରେ ପାକିସ୍ତାନୀ ଆଇନ ବ୍ୟବସ୍ଥା ଦୋଷୀ ସାବ୍ୟସ୍ତ ହୋଇଥିବା ‘ଏଲ୍ଇଟି’ ନେତା ଏବଂ କର୍ମୀମାନଙ୍କୁ ମୁକ୍ତ କରିଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ମାକ୍କିଙ୍କ ସମ୍ପର୍କରେ ସୂଚନା ଯୋଗାଡ଼ ଅବ୍ୟାହତ ରଖିଥିଲା ବୋଲି ‘ରିୱାର୍ଡସ୍ ଫର୍ ଜଷ୍ଟିସ୍’ ୱେବ୍ସାଇଟ୍ରୁ ଜଣାପଡ଼ିଛି।
ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ବୈଶ୍ବିକ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ତା’ର ମିତ୍ର ରାଷ୍ଟ୍ରମାନେ ଆଗତ କରିଥିବା ପ୍ରସ୍ତାବ ଉପରେ ପୂର୍ବରୁ ମଧ୍ୟ ଚୀନ୍ ବାଧା ଦେଇଛି।
୨୦୧୯ ମେ’ରେ ଜାତିସଂଘ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ଅହମଦ୍’ର ମୁଖ୍ୟ ମାସୁଦ୍ ଆଝାର୍ଙ୍କୁ ‘ବୈଶ୍ବିକ ଆତଙ୍କବାଦୀ’ ଘୋଷଣା କରିବା ପରେ ଭାରତର ଗୁରୁତ୍ବପୂର୍ଣ୍ଣ କୂଟନୈତିକ ବିଜୟ ହୋଇଥିଲା।
Follow Us