ହାଇପର୍‌ସୋନିକ୍‌ ଅସ୍ତ୍ର ଆକ୍ରମଣ ମୁକାବିଲା ନିମନ୍ତେ ଚୀନ୍‌ ନିର୍ମାଣ କରୁଛି ‘ବିଶାଳ ଭୂତଳ ଇସ୍ପାତ ପ୍ରାଚୀର’

Advertisment
ହାଇପର୍‌ସୋନିକ୍‌ ଅସ୍ତ୍ର ଆକ୍ରମଣ ମୁକାବିଲା ନିମନ୍ତେ ଚୀନ୍‌ ନିର୍ମାଣ କରୁଛି ‘ବିଶାଳ ଭୂତଳ ଇସ୍ପାତ ପ୍ରାଚୀର’

ବେଜିଙ୍ଗ୍‌: ଭବିଷ୍ୟତର ଆକ୍ରମଣକୁ ପ୍ରତିହତ କରିବା ଲାଗି ଚୀନ୍‌ ଘନ ପର୍ବତମାଳା ତଳେ ‘ବିଶାଳ ଭୂତଳ ଇସ୍ପାତ ପ୍ରାଚୀର’ ନିର୍ମାଣ କରୁଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ରେ ଖବର ପ୍ରକାଶ ପାଇଛି। ଚୀନ୍‌ର ସର୍ବୋଚ୍ଚ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର ପ୍ରାପ୍ତ କିଆନ୍‌ କିହୁଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଗଣମାଧ୍ୟମ କହିଛି ଯେ ଏହା ଦେଶର ଆଣବିକ ଯୁଦ୍ଧାସ୍ତ୍ରକୁ ନିଶ୍ଚୟ ସୁରକ୍ଷିତ ରଖିବ।

ପ୍ରାଚୀରର ନିରାପତ୍ତାରେ ଭୂମିକା ଗ୍ରହଣ କରିଥିବା କିହୁ କହନ୍ତି ଯେ ଏହାର ଭବିଷ୍ୟତର ଆକ୍ରମଣ ସହ୍ୟ କରିବାର ସାମର୍ଥ୍ୟ ଅଛି। ଭବିଷ୍ୟତର ହାଇପର୍‌ସୋନିକ୍‌ ଅସ୍ତ୍ରଶସ୍ତ୍ର ଆକ୍ରମଣକୁ ମଧ୍ୟ ଏହା ସମ୍ଭାଳି ପାରିବ।

ବିଶାଳ ଭୂତଳ ଇସ୍ପାତ ପ୍ରାଚୀର ଗଭୀର ପର୍ବତ ମଧ୍ୟସ୍ଥ ପ୍ରତିରକ୍ଷା ପ୍ରତିଷ୍ଠାନ ହୋଇଥିବା ବେଳେ ଏହାର ପ୍ରବେଶ ଓ ପ୍ରକାଶ ପଥ ବିପଦଶଙ୍କୁଳ। ଏହାକୁ ଅଧିକ ସୁରକ୍ଷିତ କରିବା ଲାଗି କିଆନ୍‌ କାମ କରୁଥିଲେ।

କିଆନ୍‌ ଦାବି କରିଛନ୍ତି ଯେ ଯଦି ଷ୍ଟ୍ରଟେଜିକ୍‌ ମିସାଇଲ୍‌ ଇଣ୍ଟର୍‌ସେପ୍‌ସନ୍‌ ସିଷ୍ଟମ୍‌, ଆଣ୍ଟି-ମିସାଇଲ୍‌ ସିଷ୍ଟମ୍‌ ଏବଂ ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ କାମ କରିବାରେ ବିଫଳ ହୁଅନ୍ତି, ଏହି ପ୍ରାଚୀର ଏସବୁ ଆକ୍ରମଣକୁ ପ୍ରତିହତ କରି ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe