ଦିଲ୍ଲୀରୁ ୧୩୫୦ କିମି ଦୂରରେ ଚୀନ୍‌ ବଙ୍କର

ଦିଲ୍ଲୀରୁ ୧୩୫୦ କିମି ଦୂରରେ ଚୀନ୍‌ ବଙ୍କର

ନୂଆଦିଲ୍ଲୀ: ଚୀନ୍‌ ଏବେ ପୁଣି ଥରେ ଭାରତକୁ ଚାପରେ ରଖିବା ପାଇଁ ଚାଲ୍‌ ଖେଳିଛି। ତିବ୍ବତ ସ୍ବତନ୍ତ୍ର ‌ଅଂଚଳରେ ଚୀନ୍‌ ଲାସା ସ୍ଥିତ ଗୋଙ୍ଗର ବିମାନ ବନ୍ଦରରେ ନିଜ ସୈନିକଙ୍କ ପାଇଁ ଅଣ୍ଡରଗ୍ରାଉଣ୍ଡ୍‌ ବୋମା ନିରୋଧୀ ବଙ୍କର ନିର୍ମାଣ କରିଛି। ଚୀନ୍‌ ସେନା ଦିଲ୍ଲୀଠାରୁ ମାତ୍ର ୧୩୫୦ କିମି ଦୂରରେ ଏଭଳି ବଙ୍କର ନିର୍ମାଣ କରିବା ଭାରତ ପାଇଁ ଉଦ୍‌ବେଗର କାରଣ ହୋଇଛି। ଚୀନ୍‌ ପ୍ରଥମେ ଏହି ବିମାନ ବନ୍ଦରକୁ ଆଂଚଳିକ ସଂପର୍କ ବଢ଼ାଇବା ଉଦ୍ଦେଶ୍ୟରେ କରୁଥିବା ବେଳେ ଏବେ ଏହାକୁ ସଂପୂର୍ଣ୍ଣ ସେନା ଛାଉଣିରେ ପରିଣତ କରିଛି। ସେଠାରେ ଏବେ ଚୀନ୍‌ ୩୬ଟି ଯୁଦ୍ଧ ବିମାନ ମୁତୟନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଡୋକଲାମ ବିବାଦରେ ଭାରତର ସୁଚିନ୍ତିତ ରଣନୀତି ଚୀନ୍‌କୁ ପଛକୁ ହଟିବା ପାଇଁ ବାଧ୍ୟ କରିଥିବା ବେଳେ ପରବର୍ତ୍ତୀ ସମୟରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଛି। ଉଭୟ ପକ୍ଷ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଗୁରୁତ୍ବାରୋପ କରିବା ସତ୍ତ୍ବେ ଚୀନ୍‌ର ଏଭଳି ପଦକ୍ଷେପ ଯୋଗୁଁ ଭାରତ ମଧ୍ୟ ତା’ର ରଣନୀତି ବଦଳାଇବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe