ଆରମ୍ଭ ହେଲା ବାଣିଜ୍ୟ ଯୁଦ୍ଧ: ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ଲଗାଇ ଜବାବ ଦେଲା ଚୀନ୍

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍(ଆନ୍ତର୍ଜାତୀୟ ବାଣିଜ୍ୟ ଉପରେ ଲାଗୁ କର) ଯୋଜନା ବିଶ୍ୱରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି। ଆମେରିକା ଚୀନ୍ ଉପରେ ଟାରିଫ୍ ଲାଗୁ କରିବା ପରେ, ଏବେ ଚୀନ୍ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ଲଗାଇବାକୁ ଘୋଷଣା କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍(ଆନ୍ତର୍ଜାତୀୟ ବାଣିଜ୍ୟ ଉପରେ ଲାଗୁ କର) ଯୋଜନା ବିଶ୍ୱରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି। ଆମେରିକା ଚୀନ୍ ଉପରେ ଟାରିଫ୍ ଲାଗୁ କରିବା ପରେ, ଏବେ ଚୀନ୍ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ଲଗାଇବାକୁ ଘୋଷଣା କରିଛି।

ttrumpiut

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍(ଆନ୍ତର୍ଜାତୀୟ ବାଣିଜ୍ୟ ଉପରେ ଲାଗୁ କର) ଯୋଜନା ବିଶ୍ୱରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି। ଆମେରିକା ଚୀନ୍ ଉପରେ ଟାରିଫ୍ ଲାଗୁ କରିବା ପରେ, ଏବେ ଚୀନ୍ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ଲଗାଇବାକୁ ଘୋଷଣା କରିଛି। ଏହା ସହ ମେକ୍ସିକୋ ଏବଂ କାନାଡା ମଧ୍ୟ ପ୍ରତିଶୋଧ ସ୍ୱରୂପ ଟାରିଫ୍ ଘୋଷଣା କରିଛନ୍ତି। ଆମେରିକୀୟ ସାମଗ୍ରୀ ଉପରେ ଚୀନ୍ ୧୦ରୁ ୧୫ ପ୍ରତିଶତ ଅତିରିକ୍ତ ଟାରିଫ୍ ଲାଗୁ କରିବାକୁ ଯାଉଛି।

ଅନ୍ୟପକ୍ଷରେ, କାନାଡା ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ପ୍ରତିଶତ ଟାରିଫ୍ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେକ୍ସିକୋ ଏବଂ କାନାଡାରୁ ଆସୁଥିବା ସାମଗ୍ରୀ ଉପରେ ୨୫ପ୍ରତିଶତ ଟାରିଫ୍ ଘୋଷଣା କରିବା ପରେ ଆମେରିକୀୟ ସାମଗ୍ରୀର ଟାରିଫ୍ ବଢ଼ାଇଛନ୍ତି ଏହି ଦେଶ। କାନାଡିୟ ଶକ୍ତି ଉତ୍ପାଦ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟାରିଫ୍ ଲାଗୁ କରାଯାଇଛି। ଏହା ସହ ଆମେରିକା, ଚୀନ୍ ସାମଗ୍ରୀ ଉପରେ ଟାରିଫକୁ ଦୁଇଗୁଣ କରି ୨୦ ପ୍ରତିଶତ କରିଛି।

ଚୀନ୍ ଅର୍ଥ ମନ୍ତ୍ରାଳୟର ଏକ ବିବୃତି ଅନୁଯାୟୀ, ଅତିରିକ୍ତ ଟାରିଫ୍ ମାର୍ଚ୍ଚ ୧୦ରୁ କାର୍ଯ୍ୟକାରୀ ହେବ। ଟାରିଫ୍ ବଢ଼ାଇବା ସହ ଚୀନ୍ ୨୫ଟି ଆମେରିକୀୟ କମ୍ପାନିର ରପ୍ତାନି ଏବଂ ନିବେଶ ଉପରେ ରୋକ ​​ଲଗାଇଛି। ମାର୍ଚ୍ଚ ୧୦ ତାରିଖରୁ ଆମେରିକୀୟ କୁକୁଡ଼ା ମାଂସ, ଗହମ, ମକା ଏବଂ କପା ଆମଦାନୀ ଉପରେ ୧୫ ପ୍ରତିଶତ ଅତିରିକ୍ତ ଟାରିଫ୍ ଲାଗୁହେବା ସହ ଆମେରିକୀୟ ସୋୟାବିନ୍, ଘୁଷୁରୀ ମାଂସ, ଗୋମାଂସ, ସାମୁଦ୍ରିକ ଉତ୍ପାଦ, ଫଳ, ପନିପରିବା ଏବଂ କ୍ଷୀରଜାତୀୟ ଉତ୍ପାଦର ଆମଦାନୀ ଉପରେ ୧୦ ପ୍ରତିଶତ ଟାରିଫ୍ ଲାଗୁ କରିବ ଚୀନ୍।

ଉଲ୍ଲେଖଯୋଗ୍ୟ, ଚୀନ୍ ଟାରିଫ୍ ଲାଗୁ କରିବା ପୂର୍ବରୁ, ଟ୍ରମ୍ପ୍ ଚୀନ୍ ଉପରେ ଅତିରିକ୍ତ ୧୦ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ଧମକ ଦେଇଥିଲା, ଯାହା ଆଜିଠୁ ଲାଗୁ ହୋଇଛି। ଏହି କାରଣରୁ, ଚୀନ୍ ଉପରେ ପୂର୍ବରୁ ଲାଗୁ ହୋଇଥିବା ମୋଟ ଟାରିଫ୍ ଦୁଇ ଗୁଣ ବୃଦ୍ଧି ପାଇ ୨୦ପ୍ରତିଶତ ହୋଇଯାଇଛି। ଆମେରିକାକୁ ଫେଣ୍ଟାନିଲ୍ ଭଳି ସିନ୍ଥେଟିକ୍ ଔଷଧର ପ୍ରବାହକୁ ରୋକିବା ପାଇଁ ଟାରିଫ୍ ଦ୍ୱିଗୁଣିତ କରିଛନ୍ତି ଆମେରିକା ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe