Image Courtesy of Hindustan Times
ନୂଆଦିଲ୍ଲୀ: ସୋମବାର ଦିନ ଭାରତୀୟ ବାୟୁସେନାର ମୁଖ୍ୟ ଏୟାର୍ ଚିଫ୍ ମାର୍ସାଲ୍ ଆର୍କେଏସ୍ ଭଦୌରିଆ କହିଛନ୍ତି, ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ସୀମା ବିବାଦ ଘଟଣାରେ ଚୀନ୍ ପଟରୁ ଯେକୌଣସି ବିପଦର ମୁକାବିଲା କରିବାକୁ ଭାରତ ସମ୍ପୂଣ୍ଣ ସମର୍ଥ। କୌଣସି ପ୍ରକାର ଯୁଦ୍ଧରେ ଚୀନ୍ ଆମକୁ ପାରିବ ନାହିଁ।
ଅକ୍ଟୋବର ୮ ତାରିଖ ବାୟୁସେନା ଦିବସ ଅବ୍ୟବହିତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଭାଷଣ ପ୍ରଦାନ କରିବା ବେଳେ ବାୟୁସେନା ମୁଖ୍ୟ ଏ କଥା କହିଛନ୍ତି।
ଚୀନ୍ ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ର ସାମର୍ଥ୍ୟକୁ ସ୍ବୀକାର କରି ଭଦୌରିଆ କହିଲେ, ଲଦାଖ ଥିଏଟର୍ରେ ଥିବା ସେମାନଙ୍କ ବାୟୁସେନାରେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ସିଷ୍ଟମ୍, ଆକାଶରୁ ନିକ୍ଷେପଣ କରାଯାଉଥିବା ଦୂରଗାମୀ ଅସ୍ତ୍ରଶସ୍ତ୍ର ଏବଂ ଚେଙ୍ଗ୍ଡୁ ଜେ-୨୦ ଭଳି ଲଢୁଆ ଜେଟ୍ ରହିଛି। ଚେଙ୍ଗ୍ଡୁ ଜେ-୨୦ରେ ଉନ୍ନତ ସେନ୍ସର୍ ଏବଂ ଅସ୍ତ୍ରଶସ୍ତ୍ର ରହିଥିଲେ ବି ଉନ୍ନତ ଇଞ୍ଜିନ୍ କାରିଗରି ନାହିଁ।
Image Courtesy of Indian Flip Boardସେ ଆହୁରି ମଧ୍ୟ କହିଛନ୍ତି ଯେ, କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଚୀନ୍ର ସାମର୍ଥ୍ୟ ଅଛି, କିନ୍ତୁ ଆମେ ସବୁ କ୍ଷେତ୍ର ପାଇଁ ପ୍ରସ୍ତୁତ ଏବଂ ଯେକୌଣସି ପ୍ରକାରର ଆକ୍ରମଣକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଲଦାଖ ସେକ୍ଟର୍ରୁ ସୈନ୍ୟ ଅପସାରଣ ନିମନ୍ତେ ଚୀନ୍ ସହ ଚାଲିଥିବା ଆଲୋଚନାର ଅଗ୍ରଗତି ବିଷୟରେ ପଚରା ଯିବାରୁ ଭଦୌରିଆ କହିଲେ, ଉତ୍ତେଜନା ହ୍ରାସ ପରେ ସୈନ୍ୟ ଅପସାରଣ ଲାଗି ଆଲୋଚନା ଚାଲିଛି। ଏହି ଧାରାରେ ଆଲୋଚନାର ଅଗ୍ରଗତି ହେବ ବୋଲି ଆଶା।
ସେ ପୁଣି କହିଲେ, ଏବେ ଅଗ୍ରଗତି ଧାରା ଖୁବ୍ ମନ୍ଥର ଏବଂ ଯବାନମାନଙ୍କ ନିମନ୍ତେ ଶୀତକାଳୀନ ପ୍ରସ୍ତୁତି ଏବଂ ଆଖପାଖ ବିମାନ ଘାଟିମାନଙ୍କରେ ବାୟୁସେନା ସାମଗ୍ରୀ ମହଜୁଦ ରଖିବା କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଅନ୍ୟାନ୍ୟ ପଦକ୍ଷେପ ସ୍ଥଳବିଶେଷ ଉପରେ ନିର୍ଭର କରୁଛି।
Follow Us