୧୧୪ କୋଟି ଟଙ୍କାରେ ପାକ ଅଧିକୃତ କଶ୍ମୀରରେ ୪ଜି ସେବା ଯୋଗାଇବ ଚୀନ କମ୍ପାନୀ

Advertisment
ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ମିଳିବ ୪ଜି ମୋବାଇଲ୍‌ ସେବା

Live Law

ନୂଆଦିଲ୍ଲୀ: ଭାରତ ସୀମାରେ ୪ଜି ସେବା ଯୋଗାଇବ ଚୀନ କମ୍ପାନୀ | ଚୀନର ରାଷ୍ଟ୍ରାୟତ୍ତ କମ୍ପାନୀ ଚାଇନା ମୋବାଇଲର ପାକିସ୍ତାନୀ ୱିଙ୍ଗ୍ ଅର୍ଥାତ୍ ସିଏମପାକ, ପିଓକେ(ପାକ ଅଧିକୃତ କଶ୍ମୀର) ଏବଂ ଗିଲଗିଟ୍ ବାଲ୍ଟିସ୍ତାନ ଅଞ୍ଚଳ ପାଇଁ ୧୮୦୦ ମେଗାହର୍ଜ ରେଞ୍ଜରେ ମୋଟ ୧୧.୨ ମେଗାହର୍ଜ ୪ଜି ସ୍ପେକ୍ଟ୍ରମ୍ ବ୍ୟାଣ୍ଡ ନେବା ବୋଲି ଜଣାପଡିଛି | ସେପ୍ଟେମ୍ବର ୨୮ରେ ଏହା ଘୋଷଣା କରାଯାଇଛି | ଜୋଙ୍ଗ ୪ଜି ନାମରେ ସେବା ଯୋଗାଉଥିବା ଚୀନର କମ୍ପାନୀକୁ ଭାରତୀୟ ମୁଦ୍ରାରେ ପ୍ରାୟ ୧୧୪.୧୮ କୋଟି ଟଙ୍କାର ଟେଣ୍ଡର ଦିଆଯାଇଛି | ଏହି ୪ଜି ଟେଲିକମ୍ ନେଟୱାର୍କ ଚୁକ୍ତି ସାହାଯ୍ୟରେ ଚୀନ୍ ସିପିଇସି ପ୍ରକଳ୍ପରେ ନିଜର ସ୍ଥିତିକୁ ଆହୁରି ଦୃଢ କରିବାକୁ ଏକ ସୁଯୋଗ ପାଇବ ଯାହା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଆଜିକାଲି ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍(ବିଆରଆଇ) ଅନ୍ତର୍ଗତ ଡିଜିଟାଲ୍ ସିଲ୍କ୍ ରୁଟ୍ ପ୍ରକଳ୍ପ ଉପରେ ଚୀନ୍ ବିଶେଷ ଧ୍ୟାନ ଦେଉଛି। ଏଥିରେ, ବିଆରଆଇ ସହ ଜଡିତ ଦେଶଗୁଡିକରେ ଚାଇନିଜ୍ ନେଟୱାର୍କ ସଂଯୋଗ ଏବଂ ଡିଜିଟାଲ୍ ସୁବିଧା ଦେବାକୁ ଚୀନ ଯୋଜନା କରୁଛି | ଏହାପୂର୍ବରୁ, ପିଓକେ ଏବଂ ଗିଲଗିଟ ବାଲ୍ଟିସ୍ତାନ ଅଞ୍ଚଳରେ ଟେଲିକମ୍ ନେଟୱାର୍କ ବ୍ୟବସାୟ ସ୍ପେଶାଲ କମ୍ୟୁନିକେସନ ଅର୍ଗାନାଇଜେସନ ଦ୍ୱାରା ପରିଚାଳନା କରାଯାଉଥିଲା | ପାକିସ୍ତାନୀ ସେନାର ତତ୍ତ୍ୱାବଧାନରେ କାର୍ଯ୍ୟ କରୁଥିବା ସ୍ପେଶାଲ କମ୍ୟୁନିକେସନ ଅର୍ଗାନାଇଜେସନ ବିପୁଳ ପୁଞ୍ଜି ବିନିଯୋଗ କରିବା ସତ୍ତ୍ୱେ ଟେଲିକମ୍ ବ୍ୟବସାୟରେ କୋଟି କୋଟି ଟଙ୍କାର କ୍ଷତି ସହିଥିଲା ।

କୌତୁହଳର ବିଷୟ ହେଉଛି, ୨୦୦୭ ମସିହାରେ ପାକିସ୍ତାନର ପ୍ରଥମ ମୋବାଇଲ୍ ନେଟୱାର୍କ କମ୍ପାନୀ ପାକଟେଲକୁ ଚୀନର ଏହି କମ୍ପାନୀ କିଣି ନେଇଥିଲା | ଦୀର୍ଘ ଦିନ ଧରି କ୍ଷତି ସହିବା ପରେ ମଧ୍ୟ ସିଏମପାକ ସେବା ଜାରି ରଖିଥିଲା ​​| ସିଏମପାକ ସିଇଓ ୱାଙ୍ଗ ହୁଆ ମଧ୍ୟ ଚାଇନାର ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଜୋଙ୍ଗ ୨୦୦୭ ରୁ ୨୦୧୭ ପର୍ଯ୍ୟନ୍ତ ପାକିସ୍ତାନରେ କୌଣସି ଲାଭ ପାଇବା ସତ୍ତ୍ୱେ ସେବା ଜାରି ରଖିଥିଲା | କିନ୍ତୁ ୨୦୧୮ ରେ ଇମ୍ରାନ ଖାନଙ୍କ ସରକାର ଆସିବା ପରେ ଚାଇନା କମ୍ପାନୀର ଭାଗ୍ୟ ଉଦୟ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe