ପଦାକୁ ଆସିଲା ଚୀନ୍‌ର ଆଝାର ପ୍ରୀତି ପଛର ରହସ୍ୟ; ଜାଣନ୍ତୁ କୁଖ୍ୟାତ ଆତଙ୍କବାଦୀ ଆଝାର ପ୍ରତି ଚୀନ୍‌ର କାହିଁକି ଏତେ ଦରଦ?

Advertisment
ପଦାକୁ ଆସିଲା ଚୀନ୍‌ର ଆଝାର ପ୍ରୀତି ପଛର ରହସ୍ୟ; ଜାଣନ୍ତୁ କୁଖ୍ୟାତ ଆତଙ୍କବାଦୀ ଆଝାର ପ୍ରତି ଚୀନ୍‌ର କାହିଁକି ଏତେ ଦରଦ?

ବେଜିଂ/ ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)ର ମୁଖିଆ ମୌଲାନା ମାସୁଦ୍‌ ଆଝାରକୁ ଅନ୍ତର୍ଜାତିକ ଆତଙ୍କବାଦୀ (ଗ୍ଲୋବାଲ ଟେରୋରିଷ୍ଟ) ରୂପେ ଘୋଷଣା କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ପକ୍ଷରୁ ବାରମ୍ବାର ଉଦ୍ୟମ କରା ଯାଉଥିବା ବେଳେ ଏଥିରେ ପ୍ରତିବନ୍ଧକ ସାଜୁଛି ଚୀନ୍‌।

ତେବେ, ଚୀନ୍‌ର ଏପ୍ରକାରର ଆଭିମୁଖ୍ୟ କାହିଁକି? ଚୀନ୍‌ର ଆଝାର ପ୍ରୀତି ପଛର କାରଣ କ’ଣ? କୁଖ୍ୟାତ ଆତଙ୍କବାଦୀ ମୌଲାନା ମାସୁଦ୍‌ ଆଝାରକୁ ଅନ୍ତର୍ଜାତିକ ଆତଙ୍କବାଦୀ (ଗ୍ଲୋବାଲ ଟେରୋରିଷ୍ଟ) ରୂପେ ଘୋଷଣା କରିବା ପାଇଁ ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟ ଭାବେ ଫ୍ରାନ୍ସ, ୟୁଏସ୍‌, ୟୁକେ ଓ ଋଷିଆ ପର୍ଯ୍ୟନ୍ତରେ ସବୁ ରାଷ୍ଟ୍ର ଏକମତ ଥିବା ବେଳେ କେବଳ ଏଥିରେ ପ୍ରତିବନ୍ଧକ ସାଜୁଛି ଚୀନ୍‌।

publive-image

ତେବେ, ଏବେ ସାମନାକୁ ଆସିଛି ଚୀନ୍‌ର ଆଝାର ପ୍ରୀତି ପଛର କାରଣ। ଆଝାର ପ୍ରୀତି ପଛରେ ରହିଛି ଚୀନ୍‌ର ଆଝାର ପ୍ରତି ଅହେତୁକ ଭୟ! ଚୀନ୍‌ ଏବେ ପାକିସ୍ତାନ ଭିତରେ ଚୀନ୍‌- ପାକିସ୍ତାନ ଇକନମିକ୍‌ କରିଡର (ସିପିଇସି)ର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚଲାଇଛି ଏବଂ ଏବାବଦରେ ହଜାର ହଜାର ବିଲିୟନ ଡଲାର ପାଣି ପରି ଖର୍ଚ୍ଚ କରୁଛି। ତେବେ, ଚୀନ୍‌- ପାକିସ୍ତାନ ଇକନମିକ୍‌ କରିଡରର ପ୍ରମୁଖ ଭାଗ କାର୍ଯ୍ୟ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ମଧ୍ୟଦେଇ ଯାଇଛି। ଚୀନ୍‌ ନିର୍ମାଣ କରୁଥିବା ସିପିଇସିର ପ୍ରମୁଖ ଭାଗ ପିଓକେର ଗିଲ୍‌ଗିଟ୍‌- ବାଲିସ୍ତାନ ଏବଂ ଖାଇବର ପଖତୁନ୍‌ଖାଓ୍ଵା, ବାଲାକୋଟ ମଧ୍ୟ ଦେଇ ଯାଇଛି। ଏହି ସବୁ ଅଞ୍ଚଳ ମଧ୍ୟରେ ରହିଛି ଜୈସ୍‌ର ସବୁ ଟ୍ରେନିଂ କ୍ୟାମ୍ପ।

publive-image

ତେଣୁ, ଏପରିସ୍ଥିତିରେ ଚୀନ୍‌ ଯଦି ମୌଲାନା ମାସୁଦ୍‌ ଆଝାରକୁ ଅନ୍ତର୍ଜାତିକ ଆତଙ୍କବାଦୀ ରୂପେ ଘୋଷଣା କରିବା ପାଇଁ ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟ ଭାବେ ନିଜର ସମର୍ଥନ ଦେଉଛି ତେବେ ମାସୁଦ୍‌ ଆଝାର ଓ ତା’ର ସଂଗଠନ ଜେଇଏମ୍‌ ନିର୍ମାଣଧୀନ ଥିବା ଚୀନ୍‌- ପାକିସ୍ତାନ ଇକନମିକ୍‌ କରିଡରକୁ ଭାଙ୍ଗିବା ସହ ସେଠାରେ କାର୍ଯ୍ୟରତ ଥିବା ହଜାର ହଜାର ଚୀନାଙ୍କୁ ମଧ୍ୟ ହତ୍ୟା କରିବ ବୋଲି ଆଶଙ୍କା କରଛି ଚୀନ୍‌। ଆଉ ଖାସ୍‌ ଏଇ କାରଣ ପାଇଁ କୁଖ୍ୟାତ ଆତଙ୍କବାଦୀ ମୌଲାନା ମାସୁଦ୍‌ ଆଝାରକୁ ଅନ୍ତର୍ଜାତିକ ଆତଙ୍କବାଦୀ (ଗ୍ଲୋବାଲ ଟେରୋରିଷ୍ଟ) ରୂପେ ଘୋଷଣା କରିବା ପାଇଁ ମିଳିତ ଜାତିସଂଘର ପ୍ରସ୍ତାବକୁ ବିରୋଧ କରୁଛନ୍ତି ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe