ଫଳ ପ୍ରକାଶର ୬ ଦିନ ପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଶୁଭେଚ୍ଛା ଜଣାଇଲା ଚୀନ

Advertisment
ଫଳ ପ୍ରକାଶର ୬ ଦିନ ପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଶୁଭେଚ୍ଛା ଜଣାଇଲା ଚୀନ

aajtak

ନୂଆଦିଲ୍ଲୀ: ନଭେମ୍ବର ୭ରେ ପ୍ରକାଶ ପାଇଥିଲା ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ। ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ବିଜୟ ହାସଲ କରିଥିଲେ ​ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବାଇଡେନ୍ । ଫଳାଫଳ ଆସିବା ପରେ ବିଭିନ୍ନ ଦେଶର ବଡ଼ ବଡ଼ ନେତା ରାଷ୍ଟ୍ରପତି ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଶୁଭେଚ୍ଛା ଜଣାଇଥିବା ବେ‌ଳେ ୬ଦିନ ପରେ ଦୁହିଁଙ୍କୁ ଶୁଭେଚ୍ଛ‌ା ଜଣାଇଛି ଚୀନ। ଶୁକ୍ରବାର ଦିନ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଆମେ ଜୋ ବାଇଡେନ ଏବଂ କମଳା ହାରିସଙ୍କୁ ଅଭିନନ୍ଦନ ଜଣାଉଛୁ।

 indiatoday

ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ, ଆମେ ଆମେରିକାର ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛୁ ଏବଂ ଜୋ ବାଇଡେନ ଓ କମଳା ହାରିସଙ୍କୁ ଅଭିନନ୍ଦନ ଜଣାଉଛୁ। ତେବେ ଦୀର୍ଘ ସମୟ ଧରି ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା ଲାଗି ରହିଛି। ଉଭୟ ଦେଶ ମଧ୍ୟରେ ଶୀତଳ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । କରୋନା ସଂକ୍ରମଣକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ରାଲିରେ ବାରମ୍ବାର ଚୀନକୁ ଦାୟୀ କରିବା ସହ କରୋନା ଭୂତାଣୁକୁ ‘ଚାଇନିଜ ଭୂତାଣୁ’ ବୋଲି କହି ସମାଲୋଚନା କରୁଥିଲେ ଟ୍ରମ୍ପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe