ତାଇୱାନ୍‌ ଚତୁଃପାର୍ଶ୍ବରେ ସମରାଭ୍ୟାସ ଜାରି ରଖିଛି ଚୀନ୍‌

Advertisment
ତାଇୱାନ୍‌ ଚତୁଃପାର୍ଶ୍ବରେ ସମରାଭ୍ୟାସ ଜାରି ରଖିଛି ଚୀନ୍‌

Image Courtesy of India Today

ବେଜିଙ୍ଗ୍: ଆଜି ଚୀନ୍‌ ତାଇୱାନ୍‌ ଚତୁଃପାର୍ଶ୍ବରେ ସଦ୍ୟ ସମରାଭ୍ୟାସ ଚଳାଇଥିବା କଥା ବେଜିଙ୍ଗ୍‌ କହିଛି। କିନ୍ତୁ, ରବିବାର ଦିନ ଏହି ସମରାଭ୍ୟାସ ଶେଷ ହେବ ବୋଲି ଆଗରୁ ବେଜିଙ୍ଗ୍‌ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍‌ସି ପିଲୋସିଙ୍କ ଗସ୍ତକୁ ବିରୋଧ କରି ଗଣତାନ୍ତ୍ରିକ ଦ୍ବୀପ ଚାରିପଟେ ଚୀନ୍‌ ବ୍ୟାପକ ସମରାଭ୍ୟାସ ଆରମ୍ଭ କରିଥିଲା। ଏହି ସମରାଭ୍ୟାସ ରବିବାର ଦିନ ପ୍ରତ୍ୟାହାର କରି ନିଆଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ, ସମରାଭ୍ୟାସର ଅବସାନ ବିଷୟରେ ବେଜିଙ୍ଗ୍‌ କି ତାଇପଇେ ସୁନିଶ୍ଚିତ କରି କିଛି କହି ନ ଥିଲେ। ଅବଶ୍ୟ ତାଇୱାନ୍‌ର ପରିବହନ ମନ୍ତ୍ରୀ କହିଥିଲେ ଯେ, ଆଂଶିକ ଭାବେ ସମରାଭ୍ୟାସ ପ୍ରତ୍ୟାହାର କରାଯାଉଥିବା ସଂକ୍ରାନ୍ତରେ କିଛି ପ୍ରମାଣ ମିଳିଛି।

publive-image Image Courtesy of Deccan Chronicle

ତାଇୱାନ୍‌ ଚତୁଃପାର୍ଶ୍ବରେ ଚୀନ୍‌ ଲଢୁଆ ବିମାନ, ଯୁଦ୍ଧପୋତ ଏବଂ ବାଲିଷ୍ଟିକ୍‌ ମିସାଇଲ୍‌ ମୁତୟନ କରିବା ଦେଖି ଯୁଦ୍ଧ ବିଶ୍ଲେଷଣକାରୀମାନେ କହିଥିଲେ କି, ଏହି ସ୍ବଂୟଶାସିତ ଦ୍ବୀପକୁ ଅବରୋଧ କରି ଆକ୍ରମଣ କରିବା ପାଇଁ ଅଭ୍ୟାସ କରୁଛି।

କିନ୍ତୁ, ଆଜି ଚୀନ୍‌ କହିଛି ଯେ, ସମରାଭ୍ୟାସ ଚାଲିଛି। ଚୀନ୍‌ର ‘ପିପୁଲ୍ସ୍‌ ଲିବରେସନ୍‌ ଆର୍ମି’ ତାଇୱାନ୍‌ ଚତୁଃପାର୍ଶ୍ବ ଜଳ ଓ ଆକାଶରେ ପ୍ରାୟୋଗିକ ମିଳିତ ସମରାଭ୍ୟାସ ଏବଂ ତାଲିମ ଚଳାଇଛି। ଏହି ସମରାଭ୍ୟାସ ବୁଡ଼ାଜାହାଜ ନିରୋଧୀ ଏବଂ ସାମୁଦ୍ରିକ ଆକ୍ରମଣ ଉପରେ ଗୁରୁତ୍ବାରୋପ କରୁଛି।

ଏହାଛଡ଼ା, ଦକ୍ଷିଣ ଚୀନ୍‌ ସାଗର ଏବଂ ପୀତ ସାଗରର କେତେକ ପ୍ରାନ୍ତରେ ଆଜି ବେଜିଙ୍ଗ୍‌ ‘ଲାଇଭ୍‌ ଫାୟାର୍‌ ଡ୍ରିଲ୍‌’ କରିବ‌ା ପାଇଁ ପ୍ରସ୍ତୁତି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe