ମା’ର ଧୈର୍ଯ୍ୟ ଆଗରେ ହାରିଗଲା କରୋନା: ପୀଡ଼ିତା ମା’ ସୁସ୍ଥ ସନ୍ତାନକୁ ଜନ୍ମ ଦେଲେ

Advertisment
ମା’ର ଧୈର୍ଯ୍ୟ ଆଗରେ ହାରିଗଲା କରୋନା: ପୀଡ଼ିତା ମା’ ସୁସ୍ଥ ସନ୍ତାନକୁ ଜନ୍ମ ଦେଲେ

newsstate.com

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ମାରାତ୍ମକ କରୋନାଭାଇରସ୍‌ର ଆତଙ୍କ ଦେଖିବାକୁ ମିଳିଛି। ଏହି କ୍ରମରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଚୀନର ଝୋଜିୟାଙ୍ଗରେ ନୋବେଲ କରୋନାଭାଇରସ୍‌ରେ ସଂକ୍ରମିତ ମହିଳା ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି। ସୁସ୍ଥ ଶିଶୁ ଜନ୍ମ ହେବା ପରେ ମହିଳାଙ୍କ ପରିବାରରେ ଖୁସିର ଲହରୀ ଖେଳିଯିବା ସହିତ ଟୁଇଟର ବ୍ୟବହାରକାରୀ ମହିଳାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ ଚାଲିଛନ୍ତି।

publive-image aajtak.intoday

ଚୀନ ସରକାରୀ ମିଡିଆ ଆଉଟଲେଟ ଜିନହୁଆ ଏହାକୁ ନେଇ ଏକ ଭିଡିଓ କ୍ଲିପ୍‌ ଟୁଇଟ କରିଛି । ଏହି ଭିଡିଓ କ୍ଲିପ୍‌ର ଶୀର୍ଷକ ଦିଆଯାଇଛି, ‘ଲକି ବେବି’। ନୋବେଲ କରୋନାଭାଇରସ୍‌ ନିମୋନିଆରେ ସଂକ୍ରମିତ ଜଣେ ମହିଳା ଝୋଜିୟାଙ୍ଗ ଚୀନରେ ଏକ ସୁସ୍ଥ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଶିଶୁର ଶରୀରରେ କରୋନାଭାଇରସ୍‌ ସଂକ୍ରମଣ ନଥିବା ରିପୋର୍ଟ ପ୍ରକାଶ ପାଇଛି। ଶିଶୁଙ୍କ ସ୍ୱାସ୍ଥ୍ୟର ଟିକ୍‌ନିଖ୍‌ ଯାଞ୍ଚ କରାଯାଉଛି। ଝୋଜିୟାଙ୍ଗ ସ୍କୁଲ ଅଫ ମେଡିସିନ୍‌ର ଚିଲଡ୍ରେନ୍‌ ହସ୍‌ପିଟାଲ୍‌ରେ ଶିଶୁକୁ କିଛିଦିନ ରଖାଯାଇ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

Image result for s/china-corona-patient-gives-birth-to-healthy-baby Punjab Kesari

ଟୁଇଟରରେ ପୋଷ୍ଟ କରାଯାଇଥିବା ଏହି ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଶିଶୁକୁ ଭାଗ୍ୟଶାଳୀ କହିବା ସହିତ କେହି କେହି ଶିଶୁ ସୁସ୍ଥ ଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଏତଦ୍‌ ବ୍ୟତୀତ କରୋନା ଭାଇରସରେ ସଂକ୍ରମିତ ଭାରତର ପ୍ରଥମ ବ୍ୟକ୍ତି ଏବେ ରୋଗମୁକ୍ତ ହୋଇଥିବା ନେଇ ଗତକାଲି ଖବର ଆସିଥିଲା। ସେ ଚୀନର ଉହାନ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ଜାନୁଆରି ୩୦ରେ ତାଙ୍କ ରକ୍ତରେ କରୋନା ଭାଇରସ ଥିବା ଜଣାପଡ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଅଲଗା ରଖାଯିବା ସହ ଚିକିତ୍ସା କରାଯାଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe