ଭିଡିଓ ଜାରି କରି ଚୀନରେ ରହୁଥିବା ମହିଳା ଇଞ୍ଜିନିୟର କଲେ ଅଭିଯୋଗ, ମୋ ଦେହରେ ଉଚ୍ଚ ଉତ୍ତାପ ଥିବା କାରଣରୁ ମୋତେ ଦେଶକୁ ଆଣିଲେନି ଭାରତ ସରକାର

Advertisment
ଭିଡିଓ ଜାରି କରି ଚୀନରେ ରହୁଥିବା ମହିଳା ଇଞ୍ଜିନିୟର କଲେ ଅଭିଯୋଗ, ମୋ ଦେହରେ ଉଚ୍ଚ ଉତ୍ତାପ ଥିବା କାରଣରୁ ମୋତେ ଦେଶକୁ ଆଣିଲେନି ଭାରତ ସରକାର

The Hindu

ଉହାନ: କରୋନା ଭାଇରସ୍‌ର ଦେଶ ଚୀନରୁ ଜଣେ ଭାରତୀୟ ମହିଳା ଇଞ୍ଜିନିୟର ଏକ ଭିଡିଓ ଜାରି କରି ଭାରତ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ଚୀନରେ ରହୁଥିବା ଆନ୍ଧ୍ରପ୍ରଦେଶର ଏହି ଇଞ୍ଜିନିୟରଙ୍କ କହିବା କଥା ହେଲା ତାଙ୍କ ଦେହରେ ଉଚ୍ଚ ଉତ୍ତାପ ଥିବା କାରଣରୁ ତାଙ୍କୁ ଚୀନରୁ ଭାରତକୁ ଅଣାଯାଇ ନାହିଁ। କାଳେ ସେ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବେ ଓ ଭାରତକୁ ଫେରିଲେ ସେହି ରୋଗ ଚାରିଆଡ଼େ ବ୍ୟାପିଯିବ ବୋଲି ଆଶଙ୍କା କରି ତାଙ୍କୁ ଜାଣି ଜାଣି ଭାରତ ଅଣାଯାଇ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଯଦିଓ ପରବର୍ତ୍ତୀ ମୁହୂର୍ତ୍ତରେ ସେ କରୋନା ଦ୍ବାରା ଆକ୍ରାନ୍ତ ହୋଇନାହାନ୍ତି ବୋଲି ଚୀନର ଏକ ଡାକ୍ତରଖାନାରେ ପରୀକ୍ଷା କରିବାକୁ ଜଣାପଡ଼ିଛି।

ଆପଣ ଜାଣିଥିବେ ‌ଯେ ଚୀନରେ କରୋନା ଭାଇରସ୍‌ ହେତୁ ଗୁରୁବାର ୭୩ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ସମୁଦାୟ ମୃତକଙ୍କ ସଂଖ୍ୟା ଏବେ ସୁଦ୍ଧା ୬୩୬ରେ ପହଞ୍ଚିଛି। ୩୧ ହଜାରରୁ ଉର୍ଧ୍ବ ଲୋକ ଏହି ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ରହିଛି।

publive-image
The Hindu

ଚୀନର ହୁବାଇ ପ୍ରାନ୍ତଃରେ ଏହି ମହାମାରୀ ସଂକ୍ରମଣ ଦ୍ବାରା ଆହୁରି ୨,୪୪୭ ଜଣ ଆକ୍ରାନ୍ତ ‌ହୋଇଛନ୍ତି। ଅଧିକ ୬୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ସ୍ବାସ୍ଥ୍ୟାଧିକାରୀ ଏପରି ସୂଚନା ଦେଇଛନ୍ତି।

ସେହିପରି ଗୁରୁବାର ଦିନ ଉହାନ ସହରରେ ନୂଆ ୧,୫୦୧ ଜଣ ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଅଧିକ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ‌ସିଆୟୋଗାନ ହୁଆଁଗଗାଁଗ ସହରରେ କ୍ରମଶ ୨୫୫ ଓ ୯୦ ନୂଆ ସଂକ୍ରମଣଙ୍କୁ ଚିହ୍ନଟ କରାଯାଇଛି। ହୁବାଇ ପ୍ରାନ୍ତଃରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗୁରୁବାର ୧୮୪ ଜଣ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe