ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇବାକୁ ମନା କଲା ଚୀନ୍

Advertisment
ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇବାକୁ ମନା କଲା ଚୀନ୍

Image Courtesy of Deccan Herald

ବେଜିଙ୍ଗ୍: ଔପଚାରିକ ଭାବେ ଭୋଟ୍‌ ଫଳାଫଳ ଘୋଷଣା କରାଯାଇ ନ ଥିବା କହି ସୋମବାର ଦିନ ଚୀନ୍‌ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି-ନିର୍ବାଚିତ ଜୋ’ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇବାକୁ ମନା କରିଦେଇଛି।

ପ୍ରାତ୍ୟେହିକ ସାମ୍ବାଦିକ ସମ୍ମିଳନୀରେ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍‌ ୱେନ୍‌ବିନ୍‌ କହିଛନ୍ତି, ଆମ ଜାଣିବାରେ, ଯୁକ୍ତରାଷ୍ଟ୍ର ଆମେରିକାର ଆଇନ ଏବଂ ପ୍ରକ୍ରିୟା ଅନୁଯାୟୀ ନିର୍ବାଚନର ଫଳାଫଳ ଧାର୍ଯ୍ୟ କରାଯିବ।

ବାଇଡେନ୍‌ଙ୍କ ବିଜୟକୁ ସମ୍ମତି ଦେବାକୁ ମନା କରିବା ପରେ ସାମ୍ବାଦିକମାନେ ବାରମ୍ବାର ପ୍ରଶ୍ନ ପଚାରିବାରୁ ୱାଙ୍ଗ୍‌ କହିଲେ, ଆମର ଆଶା ଯୁକ୍ତରାଷ୍ଟ୍ର ଆମେରିକାର ନୂଆ ସରକାର ଚୀନ୍‌ କଥାରେ ଏକମତ ହେବେ।

publive-image Image Courtesy of Euronews

ଚୀନ୍‌ ସମେତ ରୁଷ୍‌ ଓ ମେକ୍ସିକୋ ଭଳି କେତୋଟି ମୁଷ୍ଟମେୟ ଦେଶ ରାଷ୍ଟ୍ରପତି-ନିର୍ବାଚିତ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇ ନାହାନ୍ତି। ସୋମବାର ଦିନ ମେକ୍ସିକୋ କହିଛି, ନିର୍ବାଚନରେ ବିଜୟୀ ବୋଲି ବାଇଡେନ୍‌ ଘୋଷଣା କରିଥିବା ସେମାନଙ୍କ ଦୃଷ୍ଟିକୁ ଆସିଛି।

ସୋମବାର ଦିନ ରୁଷ୍‌ କହିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଔପଚାରିକ ଫଳାଫଳ ଘୋଷଣା ହେବା ପରେ ସେମାନେ ଭୋଟ୍‌ ଫଳାଫଳ ଉପରେ ମନ୍ତବ୍ୟ ଦେବେ। ଏହାଛଡ଼ା ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏହି ଭୋଟ୍‌ ସଂକ୍ରାନ୍ତରେ କେତେକ ଆଇନଗତ ଚାଲେଞ୍ଜ୍‌ ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe