photo-trip.com
ନୂଆଦିଲ୍ଲୀ: ଭାରତ ସହିତ ଲଦାଖରେ ସୀମା ବିବାଦ ବଢାଉଥିବା ଚୀନ୍ ବର୍ତ୍ତମାନ ଋଷିଆର ଭ୍ଲାଡିଭୋଷ୍ଟୋକ ସହରକୁ ନିଜର ବୋଲି ଦାବି କରିଛି। ଚୀନ୍ର ଅଫିସିଆଲ୍ ନ୍ୟୁଜ୍ ଚ୍ୟାନେଲ୍ ସିଜିଟିଏନ ସମ୍ପାଦକ ଶେନ୍ ସିୱାଇ ଦାବି କରିଛନ୍ତି ଯେ ଋଷିଆର ଭ୍ଲାଡିଭୋଷ୍ଟୋକ ସହର ୧୮୬୦ ପୂର୍ବରୁ ଚୀନ୍ର ଥିଲା। କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସହର ପୂର୍ବରୁ ହାଶେନୱାଇ ନାମରେ ଜଣାଶୁଣା। ଯାହା ଋଷିଆ ଏକପାଖିଆ ଚୁକ୍ତିନାମା ଅନୁଯାୟୀ ଚାଇନାରୁ ଛଡ଼ାଇ ନେଇଛି ।
ବଡ କଥା ଯେ ଚୀନ୍ର ସମସ୍ତ ଗଣମାଧ୍ୟମ ସଂଗଠନ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ନିର୍ଦ୍ଦେଶରେ ଖବର ପ୍ରକାଶ କରନ୍ତି । କୁହାଯାଉଛି ଯେ ଚୀନର ଗଣମାଧ୍ୟମରେ ଯାହା କିଛି ଲେଖା ପ୍ରକାଶ ପାଏ ସେଠାକାର ସରକାରଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରିଥାଏ। ନିକଟ ଅତୀତରେ ଋଷ ସହିତ ଚୀନ୍ର ସମ୍ପର୍କ ମଧ୍ୟ ଖରାପ ହୋଇଯାଇଛି | କାରଣ କିଛି ଦିନ ପୂର୍ବରୁ ଋଷ ଏହାର ଏକ ବୁଡ଼ାଜାହାଜର ଗୁପ୍ତ ଫାଇଲକୁ ଚୀନ୍ର ଗୁପ୍ତଚର ସଂସ୍ଥା ଚୋରି କରିଥିବା ଅଭିଯୋଗ କରିଥିଲା ।
Follow Us