Image Courtesy of Zee News
ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍ୱାନ୍ ଉପତ୍ୟକା ସଂର୍ଘଷର ପ୍ରାୟ ଦୁଇ ମାସ ପରେ ଚୀନ୍ ଭାରତ ପାଖରେ ଦାବି କରୁଛି ଯେ, ଘଟଣାର ତଦନ୍ତ କରାଯାଇ ଉଲ୍ଲଂଘନକାରୀଙ୍କ ପ୍ରତି ଦଣ୍ଡ ବିଧାନ କରାଯାଉ।
ଭାରତସ୍ଥିତ ଚୀନ୍ ଦୂତାବାସ ତରଫରୁ ପ୍ରକାଶିତ ମାସିକ ପତ୍ରିକା ‘ଚାଇନା-ଇଣ୍ଡିଆ ରିଭ୍ୟୁ’ରେ ପ୍ରକାଶିତ ରିପୋର୍ଟରେ ଚୀନ୍ ବୈଦେଶିକ ମନ୍ତ୍ରୀ-ରାଷ୍ଟ୍ର କାଉନ୍ସିଲର୍ ଭାରତକୁ କହିଛନ୍ତି ଯେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଗଲ୍ୱାନ୍ ଉପତ୍ୟକା ଘଟଣା ଲାଗି ଦାୟୀ ଉଲ୍ଲଂଘନକାରୀଙ୍କୁ ଧରାଯାଉ।
Image Courtesy of News18ଚୀନ୍ ବୈଦେଶିକ ମନ୍ତ୍ରୀ-ରାଷ୍ଟ୍ର କାଉନ୍ସିଲର୍ ଭାରତକୁ ଆହୁରି ମଧ୍ୟ କହିଛନ୍ତି ଯେ, ସୀମା ନିକଟରେ ଥିବା ସୈନ୍ୟମାନଙ୍କୁ କଠୋର ଶୃଙ୍ଖଳାରେ ରଖିବା ସହ ଏ ଭଳି ଘଟଣାର ପୁନଃରାବୃତ୍ତି ନ ହେବା ଲାଗି ସୁନିଶ୍ଚିତ ହେବାକୁ ସେମାନଙ୍କୁ କ୍ରୋଧ ଉଦ୍ରେକକାରୀ କାର୍ଯ୍ୟକଳାପରୁ ତୁରନ୍ତ ବିରତ କରାଯାଉ।
ଚୀନ୍ର ଯୁଦ୍ଧଖୋର୍ ମନୋଭାବ ଗଲ୍ୱାନ୍ ସଂଘର୍ଷର ପରିଣାମ ବୋଲି ଭାରତ କହିବା ସତ୍ତ୍ବେ ବେଜିଙ୍ଗ୍ କିନ୍ତୁ, ଭାରତୀୟ ସେନାକୁ ଏଥିପାଇଁ ଦାୟୀ କରୁଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗଲ୍ୱାନ୍ ସଂଘର୍ଷ ଘଟଣାର ତଦନ୍ତ କରିବାକୁ ଚୀନ୍ ଆଗରୁ ମଧ୍ୟ କହିଥିଲା। ସଂଘର୍ଷ ଘଟିବାର ଦୁଇ ଦିନ ପରେ (ଜୁନ୍ ୧୭ ତାରିଖ) ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଉତ୍ତେଜନା ପ୍ରଶମନ ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ କଥାବାର୍ତ୍ତା କରିବା ସମୟରେ ଏ କଥା କହିଥିଲେ।
Follow Us