ଗତ କିଛି ବର୍ଷ ମଧ୍ୟରେ ଜିନ୍‌ଜିଆଙ୍ଗ୍‌ରେ ହଜାର ହଜାର ମସ୍‌ଜିଦ୍ ଭାଙ୍ଗିଛି ଚୀନ୍ : ରିପୋର୍ଟ

ଗତ କିଛି ବର୍ଷ ମଧ୍ୟରେ ଜିନ୍‌ଜିଆଙ୍ଗ୍‌ରେ ହଜାର ହଜାର ମସ୍‌ଜିଦ୍ ଭାଙ୍ଗିଛି ଚୀନ୍ : ରିପୋର୍ଟ

Image Courtesy of The Times of India

ବେଜିଙ୍ଗ୍: ଜିନ୍‌ଜିଆଙ୍ଗ୍‌ରେ ଚୀନ୍ କର୍ତ୍ତୃପକ୍ଷ ହଜାର ହଜାର ମସ୍‌ଜିଦ୍ ଭାଙ୍ଗିଛନ୍ତି ବୋଲି ଶୁକ୍ରବାର ଦିନ ଏକ ଅଷ୍ଟ୍ରେଲୀୟ ବୁଦ୍ଧିଜୀବୀ ସଙ୍ଗଠନ ତା’ର ସଦ୍ୟତମ ରିପୋର୍ଟରେ କହିଛି। ଚୀନର ଉକ୍ତ  ଅଞ୍ଚଳରେ ଅସ୍ଥିରତା ଚାଲିଥିବା ବେଳେ ବ୍ୟାପକ ମାନବିକ ଅଧିକାର ଉଲ୍ଲଂଘନ ଘଟୁଛି। ଏହା ଉପରେ ଏହି ରିପୋର୍ଟ ପ୍ରସ୍ତୁତ ‌କରାଯାଇଛି।

ଏହି ସଙ୍ଗଠନ କହିଛି ଯେ, ଏକ ନିୟୁତରୁ ଅଧିକ ୱିଘୁର୍ ଏବଂ ଅନ୍ୟମାନେ, ବିଶେଷକରି ସଂଖ୍ୟାଲଘୁ ତୁର୍କିକ୍‌ଭାଷୀ ଲୋକମାନଙ୍କୁ ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ଶିବିରଗୁଡ଼ିକରେ ବନ୍ଦୀ ଭଳି ରଖାଯାଇଛି। ପାରମ୍ପାରିକ ଓ ଧାର୍ମିକ କାର୍ଯ୍ୟକଳାପ ପରିତ୍ୟାଗ ନିମନ୍ତେ ସେଠାରେ ସେମାନଙ୍କ ଉପରେ ଚାପ ପକାଯାଉଛି।

publive-image Image Courtesy of Asharq AL awsat

‘ଅଷ୍ଟ୍ରେଲିୟାନ୍ ଷ୍ଟ୍ରାଟେଜିକ୍ ପଲିସି ଇନ୍‌ଷ୍ଟିଚ୍ୟୁଟ୍’ର  (ଏଏସ୍‌ପିଆଇ) ସାଟେଲାଇଟ୍ ଇମେଜରି ଅନୁସାରେ, ପ୍ରାୟ ୧୬, ୦୦୦ ମସ୍‌ଜିଦ୍ ଧ୍ବଂସ କିଂବା ନଷ୍ଟ କରାଯାଇଛି। ଅଧିକାଂଶ ଉଚ୍ଛେଦ ଗତ ତିନି ବର୍ଷ ମଧ୍ୟରେ ସଙ୍ଗଠିତ ହୋଇଛି ଏବଂ ଆକଳନ ଅନୁସାରେ, ୮, ୫୦୦ ମସ୍‌ଜିଦ୍‌କୁ ସମ୍ପୂର୍ଣ୍ଣ ଧ୍ବଂସ କରିଦିଆଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ଉରୁମ୍‌କି ଏବଂ କାଶଗର ଅର୍ବାନ୍ ସେଣ୍ଟର୍‌ ବାହାରେ ଥିବା ମସ୍‌ଜିଦ୍‌ଗୁଡ଼ିକୁ ଅଧିକ ନଷ୍ଟ କରାଯାଇଛି। ଗମ୍ବୁଜ ଓ ମୀନାର ହଟାଇ ଦିଆଯାଇଥିବା ଅନେକ ମସ୍‌ଜିଦ୍ ଧ୍ବଂସ ହେବାରୁ ବର୍ତ୍ତି ଯାଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

କିନ୍ତୁ, ଚୀନ୍ ଗୁରୁତ୍ବାରୋପ କରି କହିଛି ଯେ, ଜିନ୍‌ଜିଆଙ୍ଗ୍‌ବାସୀ ପୂର୍ଣ୍ଣ ଧାର୍ମିକ ସ୍ବାଧୀନତା ଉପଭୋଗ କରୁଛନ୍ତି। ଗତ ସପ୍ତାହରେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ୱାଙ୍ଗ୍ ୱେନ୍‌ବିନ୍ କହିଥିଲେ ଜିନ୍‌ଜିଆଙ୍ଗ୍‌ରେ ପ୍ରାୟ ୨୪, ୦୦୦ ମସ୍‌ଜିଦ୍ ଅଛି। ଅନେକ ମୁସଲମାନ ସମ୍ପ୍ରଦାୟ ଦେଶମାନଙ୍କରେ ଥିବା ମସ୍‌ଜିଦ୍‌ର ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe