ଭାରତ ସୀମାନ୍ତରେ ଉନ୍ନତ ଲଢୁଆ ବିମାନ ମୁତୟନ କରିବ ଚୀନ୍‌

ଯୁଦ୍ଧ ଟେକନଲୋଜିରେ ଚୀନର ଅଗ୍ରଗତି ଭାରତର ଚିନ୍ତା ବଢାଉଛି; ଭାରତର ପ୍ରତିରକ୍ଷା ବଜେଟ୍ ବହୁତ କମ୍

J20

ବେଜିଙ୍ଗ୍‌: ନୂଆଦିଲ୍ଲୀ ସହ ମୁକାବିଲା କରିବାକୁ ଚୀନ୍‌ ଭାରତ ସୀମାନ୍ତରେ ଉନ୍ନତ ଲଢୁଆ ବିମାନ ମୁତୟନ କରିବା ପାଇଁ ଯୋଜନା କରୁଥିବା ଖବର ମିଳିଛି।

ଖବର ଅନୁସାରେ, ଦେଶର ଦକ୍ଷିଣପଶ୍ଚିମ ସୀମାନ୍ତ ଅଞ୍ଚଳରେ ବାୟୁସେନାର ସାମର୍ଥ୍ୟ ବଢ଼ାଇବା ପାଇଁ ଚୀନ୍‌ର ପିପଲ୍‌ସ୍‌ ଲିବେରେସନ୍‌ ଆର୍ମି ଏୟାର୍‌ ଫୋର୍ସ (ପିଏଲ୍‌ଏଏଏଫ୍‌) ଅଧିକ ସଂଖ୍ୟକ ଉନ୍ନତ ମାନର ଲଢୁଆ ବିମାନ ମୁତୟନ କରୁଛି।

ଏ ମାସ ପ୍ରାରମ୍ଭରେ ପିଏଲ୍‌ଏଏଏଫ୍‌ ପଶ୍ଚିମ ଚୀନ୍‌ରେ ତାଲିମ ଅଭ୍ୟାରେ ଭାଗ ନେଇଥିବା ଚେଙ୍ଗଡୁ ଜେ-୧୦ ଭିଗୋରସ୍‌ ଡ୍ରାଗନ୍‌ ମଲ୍‌ଟିରୋଲ୍‌ ଫାଇଟର୍ସ ଏବଂ ଶେୟାଙ୍ଗ୍‌ ଜେ-୧୧ ଏୟାର ସୁପରିଅରିଟି ଫାଇଟର୍‌ ବିମାନର ଫଟୋ ପ୍ରକାଶ କରିଥିଲା।

ରାଷ୍ଟ୍ରାୟତ ‘ଗ୍ଲୋବାଲ୍‌ ଟାଇମସ୍‌’କୁ ପିପଲ୍‌ସ୍‌ ଲିବେରେସନ୍‌ ଆର୍ମିର ବିଶେଷଜ୍ଞ ସୋଙ୍ଗ୍‌ ଝୋଙ୍ଗ୍‌ପିଙ୍ଗ୍‌ କହିଛନ୍ତି ଯେ କାଳେ ଭାରତ ସହ ଯୁଦ୍ଧ ହେବ, ସେଥିପାଇଁ ଚୀନ୍‌ର ସାମରିକ ସାମର୍ଥ୍ୟ ବଢ଼ାଇବାକୁ ଅତିରିକ୍ତ ଲଢୁଆ ବିମାନ ମୁତୟନ କରାଯିବାର ଉଦ୍ଦେଶ୍ୟ। ଭରତର ସାମରିକ ପ୍ରସ୍ତୁତି ଧାରା ଅନୁସାରେ ଚୀନ୍‌ ସୈନ୍ୟବାହିନୀ ପ୍ରସ୍ତୁତି ହେଉଛି।

ଭାରତ ଚୀନ୍‌ ସୀମାନ୍ତରେ ସାମରିକ ଉପସ୍ଥିତି ବୃଦ୍ଧି କରାଇବା ପରେ ଚୀନ୍‌ ଉନ୍ନତ ଧରଣର ଲଢୁଆ ବିମାନ ମୁତୟନ କରିବାକୁ ଚାହିଁଛି।
ନିକଟରେ ଭାରତ ସୀମାନ୍ତରେ ସୁ-୩୦ ଏମ୍‌କେଆଇ ଲଙ୍ଗ୍‌-ରେଞ୍ଜ ଫାଇଟର୍ସ ଲଢୁଆ ବିମାନ ମୁତୟନ କରିଛି ବୋଲି ଚୀନ୍‌ ଭଲ ଭାବେ ଜାଣି ସାରିଛି।

ଚୀନ୍‌ର ବୈଦେଶିକ ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ୍‌ଙ୍କୁ ପଚରା ଯିବାରୁ ସେ କହିଲେ କି, ଆପଣ ପଚାରୁଥିବା କଥା ମୁଁ ଜାଣି ନାହିଁ। ଆପଣ ସାମରିକ ବିଭାଗକୁ ପଚାରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe