‘ହୁ’ ଟିମ୍‌ ନେଇ ବିଚଳିତ ଚୀନ୍‌, କରୋନା ଉତ୍ପତ୍ତିର ଯାଞ୍ଚ ଅନୁମତି ଦେଲାନାହିଁ

Advertisment

ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଟେଡ୍ରସ୍‌

ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଟେଡ୍ରସ୍‌

ବୟସ୍କ ଏବଂ ସ୍ବାସ୍ଥ୍ୟ ସଙ୍କଟ ଥିବା ବ୍ୟକ୍ତିଙ୍କୁ ବାର୍ଷିକ କୋଭିଡ୍‌ ବୁଷ୍ଟର ଡୋଜ୍‌ ଆବଶ୍ୟକ: ‘ହୁ’

ନୂଆଦିଲ୍ଲୀ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଟେଡ୍ରସ୍‌ ଆଦନମ୍‌ ଚୀନ୍‌ର ଆଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ କେଉଁଠୁ ହୋଇଛି ସେ ସଂକ୍ରାନ୍ତ ପରୀକ୍ଷା ନିରୀକ୍ଷା ପାଇଁ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଚୀନ୍‌ ଗସ୍ତ କରିବାପାଇଁ ଯୋଜନା ହୋଇଥିଲା। କିନ୍ତୁ ଚୀନ୍‌ ସେମାନଙ୍କ ଗସ୍ତ ପାଇଁ ଅନୁମତି ପ୍ରଦାନ କରୁନାହିଁ। ‘ହୁ’ ଟିମ୍‌ ପାଇଁ ଚୀନ୍‌ ବିଚଳିତ ହୋଇପଡ଼ିଛି। କରୋନା ଉତ୍ପତ୍ତିର ଯାଞ୍ଚ ହେଲେ ସତ୍ୟ ପଦାକୁ ଆସିଯିବା ଭୟରେ ଏବେ ଚୀନ୍‌ ତଦନ୍ତରେ ବାଧା ସୃଷ୍ଟି କରୁଛି। ଉଲ୍ଲେଖ‌ଯୋଗ୍ୟ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିଙ୍କୁ ନେଇ ଗଠିତ ‘ହୁ’ର ତଦନ୍ତକାରୀ ଟିମ୍‌ ଜାନୁଆରି ପ୍ରାରମ୍ଭରେ ଚୀନ୍‌ ଗସ୍ତ କରିବାର ଥିଲା। ଚୀନ୍‌ ଅନୁମତି ଦେଉନଥିବାରୁ ଏହି କାର୍ଯ୍ୟ ଅଟକି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ଟେଡ୍ରସ୍‌ ଆଦନମ୍‌ କହିଛନ୍ତି, ଆଜି ଆମେ ଜାଣିବାକୁ ପାଇଛୁ ଯେ, ବିଶେଷଜ୍ଞ ଟିମ୍‌ଙ୍କ ଗସ୍ତ ପାଇଁ ଚୀନ୍‌ କୌଣସି ସହଯୋଗ କରୁନାହିଁ ଏବଂ ତଦନ୍ତ ଅଟକାଇବାକୁ ପ୍ରୟାସ କରୁଛି। ବିଶ୍ବ କଲ୍ୟାଣ ଏବଂ ଫଳପ୍ରଦ ଗବେଷଣା ପାଇଁ ଭାଇରସ୍‌ର ଉତ୍ପତ୍ତି ସଂପର୍କରେ ସଠିକ୍‌ ତଥ୍ୟ ମିଳିବା ଜରୁରୀ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe