କରୋନାଭାଇରସ୍ ମୁକାବିଲା ନିମନ୍ତେ ଭାରତକୁ ୬. ୫ ଲକ୍ଷ ‌ମେଡିକାଲ୍‌ କିଟ୍‌ ପଠାଇଲା ଚୀନ୍

Advertisment
କରୋନାଭାଇରସ୍ ମୁକାବିଲା ନିମନ୍ତେ ଭାରତକୁ ୬. ୫ ଲକ୍ଷ ‌ମେଡିକାଲ୍‌ କିଟ୍‌ ପଠାଇଲା ଚୀନ୍

ବେଜିଙ୍ଗ୍: କୋଭିଡ୍-୧୯ ମହାମାରୀର ମୁକାବିଲାରେ ସହାୟକ ହେବା ପାଇଁ ଗୁରୁବାର ଦିନ ଚୀନ୍‌ ଭାରତକୁ ୬. ୫ ମେଡିକାଲ୍‌ କିଟ୍‌ ପଠାଇଥିବା କଥା ବେଜିଙ୍ଗ୍‌ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିକ୍ରମ ମିସ୍‌ରି କହିଛନ୍ତି।

ଚୀନ୍‌ରୁ ଯୋଗାଡ଼ କରାଯାଇଥିବା ଦୁଇ ନିୟୁତରୁ ଅଧିକ ଟେଷ୍ଟ୍‌ କିଟ୍ ଆସନ୍ତା ୧୫ ଦିନ ମଧ୍ୟରେ ଭାରତକୁ ପଠାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ଆଜି ଟୁଇଟ୍ କରି ମିସ୍‌ରି ଲେଖିଛନ୍ତି: ରେପିଡ୍ ଆଣ୍ଟିବଡି ଟେଷ୍ଟସ୍‌ ଏବଂ ଆର୍‌ଏନ୍‌ଏ ଏକ୍‌ଷ୍ଟ୍ରାକ୍ସନ୍ କିଟସ୍‌ ସମେତ ସମୁଦାୟ ୬୫୦୦୦୦ କିଟ୍ ଆଜି ପ୍ରତ୍ୟୁଷରେ ଗୁଆଙ୍ଗ୍‌ଝୌ ବିମାନବନ୍ଦରରୁ ଭାରତକୁ ପଠାଯାଇଛି।

publive-image Image Source: Hindustan Times

ମିସ୍‌ରି କହିଛନ୍ତି ଯେ ଦେଶର ପରିସ୍ଥିତିକୁ ଲକ୍ଷ୍ୟ କରି ଭାରତୀୟ ଦୂତାବାସ ଡାକ୍ତରୀ ଉପକରଣ କିଣାକିଣି ସୁବିଧା କରିବା ସହ ଠିକ୍ ସମୟରେ ଭାରତରେ ପହଞ୍ଚାଇବାକୁ ବିମାନ ବ୍ୟବସ୍ଥା ମଧ୍ୟ କରୁଛି।

ମଙ୍ଗଳବାର ଦିନ ସେ କହିଥିଲେ କି, ଭାରତରେ କୋଭିଡ୍-୧୯ ରୋଗୀମାନଙ୍କର ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ନିମନ୍ତେ ୧୫ ନିୟୁତ ବ୍ୟକ୍ତିଗତ ସୁରକ୍ଷା ପରିଧାନ ଏବଂ ତିନି ନିୟୁତ ଟେଷ୍ଟିଙ୍ଗ୍ କିଟ୍ ପାଇଁ ବରାଦ ଦେଇଛି। ଚୀନ୍ ସରକାରଙ୍କ ସହାୟତାରେ ବିଶ୍ବସ୍ଥ ଉଦ୍ୟୋଗଗୁଡ଼ିକରେ ଏହି ବରାଦ ଦିଆଯାଇଛି।

publive-image Image Source: The Times of India

କରୋନାଭାଇରସ୍ ବିପକ୍ଷରେ ଦୁଇ ମାସରୁ ଊର୍ଦ୍ଧ୍ବ କାଳ କଠିନ ସଂଗ୍ରାମ କରିବା ପରେ ଚୀନ୍‌ର କଳକାରଖାନାରେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି। ଏହି ସମୟରେ ବିପୁଳ ପରିମାଣର ଡାକ୍ତରୀ ସାମଗ୍ରୀ ସମଗ୍ର ବିଶ୍ବକୁ ରପ୍ତାନୀ କରି ବାଣିଜ୍ୟ ତ୍ବରାନ୍ବିତ କରିବା ସୁଯୋଗର ସଦୁପଯୋଗ କରୁଛି ଚୀନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe