ଜାଣନ୍ତୁ କାହିଁକି ଆମେରିକା ସିନେଟରଙ୍କୁ 'ନନସେନ୍ସ' କହିଲା ଚୀନ

Advertisment
ଜାଣନ୍ତୁ କାହିଁକି ଆମେରିକା ସିନେଟରଙ୍କୁ 'ନନସେନ୍ସ' କହିଲା ଚୀନ

hindustantimes

ନୂଆଦିଲ୍ଲୀ: ଲଦାଖ ଓ ଉତ୍ତର ସିକ୍କିମ୍‌‌ ସୀମାରେ ବହୁ ସଂଖ୍ୟାରେ ଭାରତୀୟ ଏବଂ ଚୀନ୍‌ ସେନା ଠୁଳ ହେବା କାରଣରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ଲଦାଖ ନିକଟ ଚୀନ୍‌-ଭାରତ ସୀମାରେ ଉଭୟ ପକ୍ଷ ବହୁ ସଂଖ୍ୟାରେ ସେନା ଠୁଳ କରିବାରେ ଲାଗିପଡିଛନ୍ତି। ଦୁଇ ଦୁଇ ଥର ଏଠାରେ ଉଭୟ ସେନା ମୁହାଁମୁହିଁ ହୋଇ ସାରିଲେଣି।ଚୀନ୍‌ ପକ୍ଷରୁ ଡେମ୍‌ଚେକ୍‌, ଦୌଲତବେଗ୍‌ ଓଲ୍‌ଡି, ଗଲ୍‌ୱାନ ନଦୀ ଉପତ୍ୟକା ଅଞ୍ଚଳ ଏବଂ ପୋଙ୍ଗଙ୍ଗ୍‌ ସୋ ଲେକ୍‌ ନିକଟରେ ଆବଶ୍ୟକତା ଠାରୁ ଅଧିକ ସେନା ଏକତ୍ରିତ ହେବା ପରେ ଏଭଳି ପରିସ୍ଥିତି ଉପୁଜିଛି। ଗଲ୍‌ୱାନ ନଦୀ ଉପତ୍ୟକା ଅଞ୍ଚଳରେ ଚୀନ୍‌ ବ୍ୟାପକ ସଂଖ୍ୟାରେ ସେନା ଶିବିର ନିର୍ମାଣ କରିଛି। ତେବେ ଏଭଳି ପରିସ୍ଥିତିକୁ ନେଇ ଆମେରିକାର ସିନେଟର ଦେଇଥିବା ମନ୍ତବ୍ୟକୁ ‘ନନସେନ୍ସ’ ବୋଲି କହିଛି ଚୀନ |

ସୂଚନା ମୁତାବକ, ଚୀନର ଏଭଳି ଆଚରଣକୁ ବିରୋଧ କରି ଆମେରିକାର ସିନେଟର କହିଥିଲେ ଯେ, ଭାରତ ସହ ସୀମା ବିବାଦ ହେଉ କି ଦକ୍ଷିଣ ଚୀନ୍ ସାଗର କଥା ହେଉ, ଚୀନ କେବେ ହେଲେ କଥାବାର୍ତ୍ତା କରି ସମସ୍ୟାର ସମାଧାନ କରିବାକୁ ଚାହିଁନାହିଁ | ଚୀନ ଯେଉଁଭଳି ଭାବରେ ନିଜ ଶକ୍ତିର ପ୍ରୟୋଗ କରି ଉତ୍ତେଜନା ସୃଷ୍ଟି କରୁଛି, ତାହା ଉପରେ ଆମେ ନଜର ରଖିଛୁ |

Indian, Chinese Soldiers Face-Off Along Sikkim Border; Matter ... Swarajya

ସିନେଟରଙ୍କ ଏଭଳି ପ୍ରତିକ୍ରିୟାର ଜବାବରେ ଚୀନ୍ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଜାଓ ଲିଜିଆନ୍ କହିଛନ୍ତି ଯେ, ଆମେରିକା ସିନେଟରଙ୍କ ମନ୍ତବ୍ୟକୁ ତାଙ୍କ ମୂର୍ଖାମୀ ବୋଲି କୁହାଯାଇପାରିବ। ଚୀନ୍-ଭାରତ ସୀମା ପ୍ରସଙ୍ଗରେ ଚୀନ୍‌ର ଆଭିମୁଖ୍ୟ ସ୍ଥିର ଏବଂ ସ୍ପଷ୍ଟ। ଚୀନ୍‌ର ସୀମାନ୍ତରେ ସୈନ୍ୟମାନେ ଚୀନ୍‌ର ଆଞ୍ଚଳିକ ସାର୍ବଭୌମତ୍ୱ ଏବଂ ନିରାପତ୍ତାକୁ ଦୃଢ ଭାବରେ ସୁରକ୍ଷିତ ରଖିଥିଲେ ଏବଂ ଭାରତର ସୀମା ଅତିକ୍ରମ ଓ ଉଲ୍ଲଂଘନ କାର୍ଯ୍ୟକଳାପର ଦୃଢ ଭାବରେ ମୁକାବିଲା କରିଥିଲେ | ଚୀନ୍‌ର ସୈନ୍ୟମାନେ ସୀମାରେ ଶାନ୍ତି ଏବଂ ସ୍ଥିରତା ରକ୍ଷା କରୁଛନ୍ତି। ଆମେ ଭାରତୀୟ ସେନା ଆମ ସହ ମିଶି କାର୍ଯ୍ୟ କରିବାକୁ, ଆମର ନେତୃତ୍ୱର ଗୁରୁତ୍ୱପୂର୍ଣ୍ଣ ସହମତି ପାଳନ କରିବାକୁ, ସ୍ୱାକ୍ଷରିତ ଚୁକ୍ତିନାମା ମାନିବାକୁ, ପରିସ୍ଥିତିକୁ ଜଟିଳ କରୁଥିବା ଏକପାଖିଆ କାର୍ଯ୍ୟରୁ ନିବୃତ୍ତ ହେବାକୁ ଅନୁରୋଧ କରୁଛୁ ବୋଲି ମୁଖପାତ୍ର କହିଛନ୍ତି ।

ଆମେ ଆଶା କରୁଛୁ ସୀମା ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ସେମାନେ ଉଦ୍ୟମ କରିବେ। ଉଭୟ ପକ୍ଷ ମଧ୍ୟରେ ପରାମର୍ଶ ଏବଂ କୂଟନୈତିକ ବ୍ୟବସ୍ଥା ଅଛି, ଯାହାର ଆମେରିକା ସହ କୌଣସି ସମ୍ପର୍କ ନାହିଁ ବୋଲି ଜାଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe