ଏଭରେଷ୍ଟ୍‌ ଶୃଙ୍ଗ ଠାରୁ ଉଚ୍ଚ ଆକାଶରେ ‘ଏୟାର୍‌ସିପ୍‌’ ଉଠାଇ ରେକର୍ଡ କଲା ଚୀନ୍‌

Advertisment
ଏଭରେଷ୍ଟ୍‌ ଶୃଙ୍ଗ ଠାରୁ ଉଚ୍ଚ ଆକାଶରେ ‘ଏୟାର୍‌ସିପ୍‌’ ଉଠାଇ ରେକର୍ଡ କଲା ଚୀନ୍‌

Image Courtesy of India Today

ନୂଆଦିଲ୍ଲୀ: ଏଭରେଷ୍ଟ୍‌ ଶୃଙ୍ଗଠାରୁ ଉଚ୍ଚ ଆକାଶରେ ‘ଏୟାର୍‌ସିପ୍‌’ (ବିମାନ ଆକୃତିର ବୃହଦ୍‌କାୟ ବେଲୁନ୍‌) ଉଡ଼ାଇ ଚୀନ୍‌ ରେକର୍ଡ ସୃଷ୍ଟି କରିଛି। ବାୟୁମଣ୍ଡଳୀୟ ସମିଶ୍ରଣ ତଥ୍ୟାବଳି ଏବଂ ଭୂପୃଷ୍ଠରୁ ବାଷ୍ପୀଭବନ ପ୍ରକ୍ରିୟା ଉପରେ ଏହି ‘ଏୟାର୍‌ସିପ୍‌’ଦ୍ବାରା ଅଧ୍ୟୟନ କରାଯିବ।

ଏଭରେଷ୍ଟ୍‌ ଶୃଙ୍ଗର ଉଚ୍ଚତା ୮,୮୪୯ ମିଟର୍‌ ହୋଇଥିବା ବେଳେ ଉକ୍ତ ‘ଏୟାର୍‌ସିପ୍‌’ ୯,୦୩୨ ଉଚ୍ଚ ଆକାଶରେ ଉଡ଼ିଥିଲା। ଏହି ଏୟାର୍‌ସିପ୍‌ ଏଭରେଷ୍ଟ୍‌ ଶୃଙ୍ଗର ୪,୩୦୦ ମିଟର୍‌ ଉଚ୍ଚରେ ଥିବା ବେସ୍‌ କ୍ୟାମ୍ପ୍‌ରୁ ଉଠାଣ ଆରମ୍ଭ କରି ସେକେଣ୍ଡ୍‌ପ୍ରତି ୩୦ ମିଟର୍‌ ବେଗରେ ଗତି କରିଥିଲା। ‘ଜିମୁ ନମ୍ବର ୱାନ୍‌’ ନାମକ ଏହି ‘ଏୟାର୍‌ସିପ୍’ର ଓଜନ ୨.୬୨୫ ଟନ୍‌ ଏବଂ ଆକାର ୯,୦୬୦ ଘନ ମିଟର। ଏହାର ତଳେ ସଂଯୋଗ ହୋଇଥିବା ଯାନର ଓଜନ ୯୦ ଟନ୍‌।

publive-image Image Courtesy of India Today

‘ସିଜିଟିଏନ୍‌’ କହିବା ଅନୁସାରେ, ଏହି ଏୟାର୍‌ସିପ୍‌ ମୁଖ୍ୟତଃ ପରିବେଶରେ ଥିବା ବ୍ଲାକ୍‌ କାର୍ବନ୍‌, ଧୂଳି, କାର୍ବନ୍‌ ଡାଇଅକ୍ସାଇଡ୍‌ ଏବଂ ମିଥେନ୍‌ ସମେତ ବାୟୁମଣ୍ଡଳର ଉପାଦାନ ରେକର୍ଡ କରିବା। ଏହାଛଡ଼ା, ତିବ୍ବତ ପ୍ଲେଟ୍ୟୁ ଉପରେ ପଶ୍ଚିମା ପବନ କିଭଳି ପରିବେଶୀୟ ପରିବର୍ତ୍ତନକୁ ପ୍ରଭାବିତ କରୁଛି ତାହାର ଅଧ୍ୟୟନ ମଧ୍ୟ ଉକ୍ତ ‘ଏୟାର୍‌ସ୍ପେସ୍‌’ଦ୍ବାରା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe