Kashmir Observer
ନୂଆଦିଲ୍ଲୀ: ଲଦାଖ୍ର ୩ଟି ଅଂଚଳରେ ଭାରତ-ଚୀନ୍ ସେନା ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଚୀନ୍ ଆଜି ପୁଣି ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରିଛି ଏବଂ ପୂର୍ବ ଲଦାଖ୍ରେ ସୀମାଠାରୁ ୩୫ କିମି ଦୂରରେ ଯୁଦ୍ଧ ବିମାନ ଉଡ଼ାଇଛି। ଚୀନ୍ର ପ୍ରତ୍ୟେକଟି ଗତିବିଧି ଉପରେ ଭାରତ ସତର୍କ ନଜର ରଖିଛି। ଚୀନ୍ର ଯୁଦ୍ଧ ବିମାନଗୁଡ଼ିକ ସୀମାଠାରୁ ପ୍ରାୟ ୧୫୦ କିମି ଦୂରରେ ଅବସ୍ଥିତ ହୋଟାନ ଏବଂ ଗର୍ଗୁନ୍ସା ଘାଟିରୁ ଉଡ଼ାଣ ଆରମ୍ଭ କରିଥିବା ଜଣାପଡ଼ିଛି।
ଏହି ବିମାନ ଘାଟିରେ ଚୀନ୍ ଏବେ ୧୦ରୁ ୧୨ଟି ଯୁଦ୍ଧ ବିମାନ ରଖିଥିବା ଜଣାପଡ଼ିଛି। ଆଜି ଯେଉଁ ଯୁଦ୍ଧ ବିମାନ ଉଡ଼ାଯାଇଛି ତାହା ଚୀନ୍ ନିର୍ମିତ ଜେ-୧୧ ଏବଂ ଜେ-୭ ଥିଲା ବୋଲି ଜଣାପଡ଼ିଛି। ଭାରତ ସୀମାଠାରୁ ୩୫ କିମି ଦୂରରେ ଚୀନ୍ ଯୁଦ୍ଧ ବିମାନ ଉଡ଼ାଇଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଏବଂ ସୀମାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଥିବା କୁହାଯାଇଛି। ସୀମାରେ ଭାରତର ମଧ୍ୟ ସୁଖୋଇ ଯୁଦ୍ଧ ବିମାନ ମହଜୁଦ୍ ରହିଛି। ଭାରତ ଆଜି ମାନବ ବିହୀନ ଗୁଇନ୍ଦା ବିମାନ ଉଡ଼ାଣ କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି । ଦୁଇ ଦିନ ମଧ୍ୟରେ ଉଭୟ ଦେଶ ସୀମାରେ ସୈନ୍ୟଶକ୍ତି ବଢ଼ାଇଛନ୍ତି।
Follow Us