ଅରୁଣାଚଳପ୍ରଦେଶ ନିକଟରେ ଚୀନ୍‌ ସ୍ଥାପନ କରିଛି ୩ ଗ୍ରାମ

ଅରୁଣାଚଳପ୍ରଦେଶ ନିକଟରେ ଚୀନ୍‌ ସ୍ଥାପନ କରିଛି ୩ ଗ୍ରାମ

INSIDENE

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶ ପାଖାପାଖି ଅଞ୍ଚଳରେ ଚୀନ୍‌ ୩ଟି ଗ୍ରାମ ସ୍ଥାପନ କରିଛି। ଭାରତ-ଚୀନ୍‌-ଭୁଟାନ୍‌ର ମିଳନ ସ୍ଥଳ ନିକଟସ୍ଥ ବୁମ୍‌ ଲା ପାସ୍‌ଠାରୁ ମାତ୍ର ୫ କିଲୋମିଟର ଦୂରରେ ଚୀନ୍‌ ୩ଟି ଗ୍ରାମ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି। ଏହି ଅଞ୍ଚଳକୁ ନିଜର ଦାବି କରିବାକୁ ଚୀନ୍‌ ଏଭଳି ରଣନୀତି ପ୍ରସ୍ତୁତ କରିଛି। ଭାରତ ସୀମାରେ ହାନ୍‌ ଚାଇନିଜ ଏବଂ ତିବ୍ବତୀୟମାନଙ୍କୁ ବସତି ସ୍ଥାପନ କରାଇ ଚୀନ୍‌ ଏ ଅଞ୍ଚଳକୁ ନିଜର ଦାବି କରିବାକୁ ପ୍ରୟାସ କରୁଛି ବୋଲି ଚୀନ୍‌ ବିଶେଷଜ୍ଞ ଡ. ବ୍ରହ୍ମା ଚେଲାନେ କହିଛନ୍ତି। ନୂଆ ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି, ଚୀନ୍‌ ଅରୁଣାଚଳପ୍ରଦେଶ ନିକଟରେ ଏସବୁ ଗ୍ରାମ ପ୍ରତିଷ୍ଠା ସହିତ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ସୂଚନାଯୋଗ୍ୟ, ୨୦୧୭ରେ ଡୋକଲାମକୁ ନେଇ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହୋଇଥିଲେ। ବର୍ତ୍ତମାନ ଚୀନ୍‌ ଯେଉଁ ୩ଟି ଗ୍ରାମ ନିର୍ମାଣ କରିଛି ତାହା ଡୋକ୍‌ଲାମର ଖୁବ୍‌ ନିକଟତର ବୋଲି ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି। କିନ୍ତୁ ଚୀନ୍‌ ଏ ଅଞ୍ଚଳକୁ ନିଜ ମାନଚିତ୍ରରେ ଦର୍ଶାଇ ଏଠାରେ ନିର୍ମାଣ ଜାରି ରଖିଛି। ୨୦୨୦ ଫେବ୍ରୁଆରି ୧୭ରେ ଉତ୍ତୋଳନ ହୋଇଥିବା ପ୍ରଥମ ଉପଗ୍ରହ ଚିତ୍ରରେ ଚୀନ୍‌ ଏଠାରେ ଗ୍ରାମ ପ୍ରତିଷ୍ଠା କରିଛି ବୋଲି ଜଣାପଡ଼ିଛି। ଏଠାରେ ଲାଲ୍‌ ରଙ୍ଗର ଛାତଥିବା ଘରସବୁ ନିର୍ମାଣ କରାଯାଇଛି ବୋଲି ଫଟୋରୁ ସ୍ପଷ୍ଟ ଜଣାପଡୁଛି। ସେହିଭଳି ୨୦୨୦ ନଭେମ୍ବର ୨୮‌ରେ ଉତ୍ତୋଳିତ ହୋଇଥିବା ଦ୍ବିତୀୟ ଫଟୋ‌ ଚିତ୍ରରେ ଚୀନ୍‌ ଏଠାରେ ପ୍ରାୟ ୫୦ଟି ନିର୍ମାଣ କରିଥିବା ଜଣାପଡିଛି। ଚୀନ୍‌ ଏଠାରେ ନିର୍ମାଣ କରିଥିବା ଘରଗୁଡ଼ିକୁ ରାସ୍ତା ସଂଯୋଗୀକରଣ କରାଯାଇଛି ବୋଲି ଫଟୋଚିତ୍ରରୁ ସ୍ପଷ୍ଟ ଜଣାପଡ଼ିଛି। ତେବେ ଭାରତ ସୀମାରେ ଏଭଳି ନିର୍ମାଣ କରି ଚୀନ୍‌ ଜାଣିଶୁଣି ସୀମା ବିବାଦ ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ଡ. ବ୍ରହ୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe