ଭାରତୀୟ ସେନାର ଗତିବିଧି ଉପରେ ନଜର ରଖିବା ଲାଗି ସୀମାରେ ନିରୀକ୍ଷଣ ବ୍ୟବସ୍ଥା ବଢ଼ାଇଲା ଚୀନ୍‌

Advertisment
ଭାରତୀୟ ସେନାର ଗତିବିଧି ଉପରେ ନଜର ରଖିବା ଲାଗି ସୀମାରେ ନିରୀକ୍ଷଣ ବ୍ୟବସ୍ଥା ବଢ଼ାଇଲା ଚୀନ୍‌

The Financial Express

ନୂଆଦିଲ୍ଲୀ : ଭାରତୀୟ ସେନାର ଗତିବିଧି ଉପରେ ଆହୁରି ଅଧିକ ଶାଣିତ ନଜର ରଖିବା ଉଦ୍ଦେଶ୍ୟରେ ଚୀନ୍‌ ଏହାର ନିରୀକ୍ଷଣ ପ୍ରଣାଳୀର ଉନ୍ନତୀକରଣ କରିଛି। ଗତ ଜୁନ୍‌ ମାସରେ ଲଦାଖ ସୀମାର ଗଲଵାନ୍‌ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ପରେ ସେଠାରେ ଭାରତୀୟ ଯବାନମାନଙ୍କ ଉଲ୍ଲେଖନୀୟ ଉପସ୍ଥିତି ହିଁ ବେଜିଂ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ସୀମାରେ ଭାରତ ସହ ଉତ୍ତେଜନାମୂଳକ ପରିସ୍ଥିତି ବଜାୟ ରହିବା ସାଙ୍ଗକୁ ଭାରତୀୟ ସେନାଙ୍କ ଏପରି ପ୍ରବଳ ଶକ୍ତିଠୁଳ ହିଁ ଚୀନୀ ସେନାକୁ ଏହାର ନିରୀକ୍ଷଣ ପ୍ରଣାଳୀରେ ଉନ୍ନତି ଆଣିବାକୁ ବାଧ୍ୟ କରିଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାଯାଇଛି।

ବିଶେଷ କରି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ବାରାହୋତି ନିକଟ ଚୀନ୍‌ ପାର୍ଶ୍ବରେ ଥିବା ତୁନ୍‌-ଜୁନ୍‌-ଲା ଠାରେ ଗତବର୍ଷ ସେପ୍ଟେମ୍ବର ମାସରେ ସ୍ଥାପିତ ପୁରୁଣା ନିରୀକ୍ଷଣ ପ୍ରଣାଳୀକୁ ଅଧିକ ଅତ୍ୟାଧୁନିକ କରାଯାଇଛି। ସେଠାରେ ଚୀନ୍‌ ଏପରି ଦୁଇଟି ବିଶେଷ ଧରଣର କ୍ୟାମେରା ଖଚିତ କରିଛି ଯାହା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ୧୮୦ ଡିଗ୍ରି ଯାଏ ଘୂରିପାରିବ। ଏହାଦ୍ବାରା ସମଗ୍ର ବାରାହୋତି ଅଞ୍ଚଳରେ ଭାରତୀୟ ଯବାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିହେବ। ସେଠାରେ ମଧ୍ୟ ଚୀନୀ ସେନା ବିଭିନ୍ନ ପ୍ରକାର ଖୁଣ୍ଟ ପୋତିଛି। ଏଥି ସହିତ ଏକ ବିରାଟ ସୌର ପ୍ୟାନେଲ ଓ ପବନ କଳ ମଧ୍ୟ ସ୍ଥାପନ କରିଛି। ଏପରିକି ଏକ ଛୋଟ କୁଡ଼ିଆ ଭିତରେ ଚୀନୀ ସୈନିକମାନେ ନିର୍ମାଣ ସାମଗ୍ରୀ ଠୁଳ କରୁଥିବା କଥା ଗୁଇନ୍ଦା ସୂଚନାରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe